ୟୁପିଆଇ ପ୍ରସଙ୍ଗରେ କେନ୍ଦ୍ରକୁ ବିଜେଡି ସୁପ୍ରିମୋଙ୍କ ଟାର୍ଗେଟ୍

ଭୁବନେଶ୍ବର, ୧୮/୯: ୟୁପିଆଇ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦିଲ୍ଲୀରୁ ଫେରିବା ପରେ ନବୀନ ଛୋଟ ଦୋକାନୀ ବା କ୍ଷୁଦ୍ର ବ୍ୟବସାୟୀମାନଙ୍କ ସ୍ୱାର୍ଥ ଓ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ଉଚିତ୍ ବୋଲି କହିଛନ୍ତି । ୧୦ ଦିନ ପରେ ଦିଲ୍ଲୀରୁ ଫେରିଛନ୍ତି । ଇଣ୍ଡିଆର ନୂତନ ନିୟମ ଅନୁଯାୟୀ, ୧୫ ଅକ୍ଟୋବର ୨୦୨୬ରୁ କେବଳ ବ୍ୟବସାୟୀ ବା ମର୍ଚ୍ଚାଣ୍ଟମାନଙ୍କ ପାଇଁ ନୂଆ MDR ଚାର୍ଜ ଲାଗୁ ହେବାକୁ ଯାଉଛିଏହି ନୂଆ ନିୟମ ଅନୁଯାୟୀ

 

୨,୦୦୦ ପର୍ଯ୍ୟନ୍ତ କାରବାର ସମ୍ପୂର୍ଣ୍ଣ ମାଗଣା, ବ୍ୟବସାୟୀଙ୍କୁ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ ।

୨,୦୦୦ ରୁ ଅଧିକ କାରବାରରେ ବଡ଼ ବ୍ୟବସାୟୀମାନଙ୍କ ପାଇଁ ୦.୪% MDR ଚାର୍ଜ ଲାଗିବ । ଏହି ଚାର୍ଜ ସର୍ବାଧିକ ୩୦୦ ଟଙ୍କା ପର୍ଯ୍ୟନ୍ତ ସୀମିତ ରହିବ ।ସ୍ୱତନ୍ତ୍ର ସେକ୍ଟର (ରେଳବାଇ, ତେଲ, ଇନସ୍ୟୁରାନ୍ସ, ଟେଲିକମ୍): ଏହି ସବୁ କ୍ଷେତ୍ରରେ ୨,୦୦୦ ରୁ ଅଧିକ କାରବାର ଉପରେ ମାତ୍ର ୫ ଟଙ୍କା ଫ୍ଲାଟ୍ ଚାର୍ଜ ଲାଗିବ ।

ଛୋଟ ବ୍ୟବସାୟୀ: ଯେଉଁ ଛୋଟ ଦୋକାନୀ ବା ରାସ୍ତାକଡ଼ର ବ୍ୟବସାୟୀମାନେ P2PM ବା ସ୍ୱଳ୍ପ କାରବାର ଶ୍ରେଣୀରେ ଆସନ୍ତି ଏବଂ ମାସକୁ ୧ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ପାଆନ୍ତି, ସେମାନଙ୍କ ପାଇଁ ଏହି ଚାର୍ଜ ଲାଗୁ ହେବ ନାହିଁ ।

P2P (ଜଣଙ୍କ ଆକାଉଣ୍ଟରୁ ଅନ୍ୟଜଣଙ୍କ ଆକାଉଣ୍ଟକୁ): ସାଙ୍ଗସାଥୀ ବା ସମ୍ପର୍କୀୟଙ୍କୁ ୟୁପିଆଇ ମାଧ୍ୟମରେ ଟଙ୍କା ପଠାଇଲେ କୌଣସି ଚାର୍ଜ ଲାଗିବ ନାହିଁ, ଏହା ସମ୍ପୂର୍ଣ୍ଣ ମାଗଣା ରହିବ ।ବ୍ୟାଙ୍କ ଓ ସରକାରଙ୍କ ଗାଇଡଲାଇନ ଅନୁଯାୟୀ, ଦୋକାନୀମାନେ ଏହି MDR ଚାର୍ଜକୁ ଗ୍ରାହକଙ୍କ ଉପରେ ଲଦି ପାରିବେ ନାହିଁ କିମ୍ବା ୟୁପିଆଇ ଆପ୍ଗୁଡ଼ିକ କୌଣସି ଲୁକ୍କାୟିତ ପ୍ଲାଟଫର୍ମ ଫି’ ନେଇପାରିବେ ନାହିଁ ।

Leave a Reply

Your email address will not be published. Required fields are marked *