ବିଶ୍ୱ ଡାକ୍ତର ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ : ଡ. ବିକାଶ କୁମାର ମିଶ୍ର

ଭୁବନେଶ୍ବର,୧/୭ : ଆଜି ହେଉଛି ଜାତୀୟ ଡାକ୍ତର ଦିବସ। ଡାକ୍ତରମାନଙ୍କ ସେବାକୁ ସମ୍ମାନ ଜଣାଇ ପ୍ରତିବର୍ଷ ଜୁଲାଇ ୧ ତାରିଖକୁ ସମଗ୍ର ଦେଶରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଉଛି । ମଣିଷର ଜୀବନ ରକ୍ଷା ପାଇଁ ଦିନରାତି ନିରନ୍ତର ସେବା ଓ ସମର୍ପଣ କରୁଥିବା ସମସ୍ତ ଡାକ୍ତରଙ୍କୁ ମୋ ତରଫରୁ ହୃଦୟରୁ କୃତଜ୍ଞତା ଏବଂ ସମ୍ମାନ। ଆପଣମାନଙ୍କର ଜ୍ଞାନ, ମାନବିକତା ଓ ନିଷ୍ଠା ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ଆଶାର ଆଲୋକ ଜଳାଇଛି ।

ଆପଣମାନଙ୍କ ସେବାଭାବ, ତ୍ୟାଗ ଓ ନିଷ୍ଠାକୁ ଶତ ଶତ ପ୍ରଣାମ। ସୁସ୍ଥ ସମାଜ ଗଠନରେ ଆପଣମାନଙ୍କ ଅବଦାନ ଅମୂଲ୍ୟ। ବିଶ୍ୱ ଡାକ୍ତର ଦିବସର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ବୋଲି କହିଛନ୍ତି ଡ. ବିକାଶ କୁମାର ମିଶ୍ର ।

Leave a Reply

Your email address will not be published. Required fields are marked *