ଭୁବନେଶ୍ବର,୩୦/୬ : ଓଲିଉଡ଼ ଅଭିନେତ୍ରୀ ସୋସିଆଲ ମିଡ଼ିଆ ବ୍ୟବହାରକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ ତାଙ୍କ ସୋସିଆଲ ମିଡ଼ିଆ ହ୍ୟାଲେଣ୍ଡରେ ଲେଖିଛନ୍ତି କି, ଆପଣ ସୋସିଆଲ୍ ମିଡିଆକୁ ବ୍ୟବହାର କରୁଛନ୍ତି… ନା ସୋସିଆଲ୍ ମିଡିଆ ଆପଣଙ୍କୁ ବ୍ୟବହାର କରୁଛି ?
ଗୋଟିଏ Like… ଗୋଟିଏ Share… ଗୋଟିଏ Comment… କାହାର ଜୀବନ ଗଢ଼ି ମଧ୍ୟ ପାରେ, ପୁଣି ଭାଙ୍ଗି ମଧ୍ୟ ପାରେ। ଆଜି ଭାଇରାଲ୍ ହେବାର ଦୌଡ଼ରେ ସତ୍ୟ ପଛରେ ପଡ଼ିଯାଉଛି। ଚରିତ୍ର ହନନ କଣ୍ଟେଣ୍ଟ ହୋଇଯାଇଛି। ଅପମାନ ମନୋରଞ୍ଜନ ହୋଇଯାଇଛି। ଆଉ ମିଥ୍ୟା ଖବର ଅନେକଙ୍କ ପାଇଁ ରୋଜଗାରର ମାଧ୍ୟମ ପାଲଟିଯାଇଛି। କେବଳ କିଛି Likes, Views ଓ Followers ପାଇଁ କାହାର ସମ୍ମାନ ସହ ଖେଳିବା କେବେଠାରୁ “Content Creation” ହୋଇଗଲା?
ଆଜି AIସାହାଯ୍ୟରେ ଜଣେ ବ୍ୟକ୍ତିଙ୍କ ଫଟୋକୁ ଅନ୍ୟ ଫଟୋ ସହ ଯୋଡ଼ି ମିଥ୍ୟା Caption ଦେଇ ଲକ୍ଷ ଲକ୍ଷ ଲୋକଙ୍କ ପାଖକୁ ପହଞ୍ଚାଯାଉଛି। Fake ID ରୁ ଅଶ୍ଳୀଳ Comment, Cyber Bullying, Online Harassment ଓ Character Assassination ଆଜି ହଜାର ହଜାର ପରିବାରର ଶାନ୍ତି କଢ଼ାଇ ନେଉଛି। ମନେ ରଖନ୍ତୁ—ସ୍କ୍ରିନ୍ ପଛରେ ଥିବା ପ୍ରତ୍ୟେକ ପ୍ରୋଫାଇଲ୍ ପଛରେ ଜଣେ ମଣିଷ ଅଛନ୍ତି, ଯାହାର ଭାବନା ଅଛି, ପରିବାର ଅଛି, ସମ୍ମାନ ଅଛି।
ଆମେ ନାରୀଙ୍କୁ ଦେବୀ କହୁ, କିନ୍ତୁ ସୋସିଆଲ୍ ମିଡିଆରେ ଅନେକ ମା’, ଭଉଣୀ ଓ ଝିଅ ଆଜି ଅଶ୍ଳୀଳ ଭାଷା, ଅପମାନ ଓ ମାନସିକ ନିର୍ଯାତନାର ଶିକାର। ଯଦି ଆମର ସଂସ୍କାର କେବଳ ପୋଷ୍ଟରେ ସୀମିତ, ତେବେ ସେହି ସଂସ୍କାରର ମୂଲ୍ୟ କ’ଣ ? ଜୀବିତ ଥିବାବେଳେ ଟ୍ରୋଲିଂ… ମୃତ୍ୟୁ ପରେ RIP ଓ ଶ୍ରଦ୍ଧାଞ୍ଜଳି। ଏହା ସମ୍ମାନ ନୁହେଁ, ଏହା ଆମ ସାମାଜିକ ଚରିତ୍ରର ବିଫଳତା।
GenZ ପାଇଁ ଗୋଟିଏ ପ୍ରଶ୍ନ…
ଆପଣ ଇତିହାସ ଗଢ଼ିବାକୁ ଚାହୁଁଛନ୍ତି… ନା କେବଳ ଭାଇରାଲ୍ ହେବାକୁ ?
ଆପଣଙ୍କ ପିଢ଼ି ପାଖରେ ସବୁଠାରୁ ବଡ଼ ଶକ୍ତି ଅଛି—Digital Power। ଏହି ଶକ୍ତି ଦେଶକୁ ଆଗକୁ ନେଇପାରେ… ପୁଣି ସମାଜକୁ ଅନ୍ଧକାରକୁ ମଧ୍ୟ ଠେଲିପାରେ। ନିଷ୍ପତ୍ତି ଆପଣଙ୍କର। Trend ବଦଳାଇବା ଠାରୁ ବଡ଼ କଥା ହେଉଛି Society ବଦଳାଇବା। ସେଥିପାଇଁ “ସମ୍ମାନିତା” ଆରମ୍ଭ କରୁଛି ଏକ ସ୍ୱତନ୍ତ୍ର Cyber Crime Awareness Campaign। ଆସନ୍ତୁ ମିଶି Fake ID, Cyber Bullying, Online Harassment, AI Misuse, Fraud, Scam, Character Assassination ଓ ଘୃଣାର ରାଜନୀତି ବିରୋଧରେ ସଚେତନତାର ବିପ୍ଲବ ଆରମ୍ଭ କରିବା।
ଯଦି ଆପଣ Cyber Bullying କିମ୍ବା Online Harassment ର ଶିକାର ହୋଇଛନ୍ତି, ଚୁପ୍ ରୁହନ୍ତୁ ନାହିଁ। ଆପଣଙ୍କ କାହାଣୀ ଅନ୍ୟ କାହାର ଜୀବନ ବଞ୍ଚାଇପାରେ।
ମନେ ରଖନ୍ତୁ…
ଭାଇରାଲ୍ ପୋଷ୍ଟ କିଛି ଦିନ ବଞ୍ଚେ। କିନ୍ତୁ ଭଲ କାମ ପିଢ଼ି ପିଢ଼ି ବଞ୍ଚି ରହେ। ଆସନ୍ତୁ, କେବଳ Content Creator ନୁହେଁ… Character Creator ହେବା। କେବଳ Influencer ନୁହେଁ… Nation Builder ହେବା।
**ସୋସିଆଲ୍ ମିଡିଆରେ ଟ୍ରେଣ୍ଡ ନୁହେଁ, ଦାୟିତ୍ୱ ଭାଇରାଲ୍ ହେଉ। ଘୃଣା ନୁହେଁ, ମାନବିକତା ଭାଇରାଲ୍ ହେଉ।
ମିଥ୍ୟା ନୁହେଁ, ସତ୍ୟ ଭାଇରାଲ୍ ହେଉ।














Leave a Reply