ଭୁବନେଶ୍ୱର, ୩୦/୬ : ଭୁବନେଶ୍ୱରର ସବୁଠୁ ବ୍ୟସ୍ତବହୁଳ ବ୍ୟବସାୟିକ ପେଣ୍ଠସ୍ଥଳୀ ମାର୍କେଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି। ଏହି ଭୟଙ୍କର ନିଆଁ ଲାଗି ହୁତୁହୁତୁ ହୋଇ ଜଳିଗଲା ୧୫ରୁ ଅଧିକ ଦୋକାନ। ମାର୍କେଟ ବିଲ୍ଡିଂ ପରିସରରେ ଥିବା ଏକ କପଡ଼ା ଦୋକାନରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଚଳାଇଛି।
ସୂଚନା ଅନୁସାରେ, କୌଣସି କାରଣବଶତଃ ମାର୍କେଟ ବିଲ୍ଡିଂରେ ଥିବା ଏକ କପଡ଼ା ଦୋକାନରେ ନିଆଁ ଲାଗିଯାଇଥିଲା। ଦୋକାନ ଭିତରେ ପୋଷାକ ଏବଂ କପଡ଼ା ଷ୍ଟକ୍ ଥିବାରୁ ନିଆଁ କ୍ଷିପ୍ର ଗତିରେ ବ୍ୟାପିବାରେ ଲାଗିଥିଲା। ଯେଉଁଥିରେ ପ୍ରାୟ ୧୫ଟି ଦୋକାନରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ନିଆଁର ପ୍ରକୋପ ଏତେ ଭୟଙ୍କର ହୋଇଛି ଯେ ମାର୍କେଟ ବିଲ୍ଡିଂ ପରିସରରେ ଧୂଆଁମୟ ପରିବେଶ ସୃଷ୍ଟି ହୋଇଛି।














Leave a Reply