ଭୁବନେଶ୍ବର,୨୨/୬ : ଅଭିନେତା ଦେବାଶିଷଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ତାଙ୍କର ବହୁ ପ୍ରତିକ୍ଷୀତ ଫିଲ୍ମ ‘ଗଣ୍ଡ ଭୈରବ’ ରିଲିଜ ହେବାକୁ ଯାଉଛି । ଆସନ୍ତା ଜୁଲାଇ ୧୬ରେ ବହୁ ପ୍ରତିକ୍ଷୀତ ଓଡ଼ିଆ ସିନେମା ‘ଗଣ୍ଡ ଭୈରବ’ ରିଲିଜ ହେବ । ଏହାକୁ ନେଇ ଓଡ଼ିଆ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଉଛି । ରଥଯାତ୍ରା ଅବସରରେ ଏହା ପ୍ରେକ୍ଷାଳୟକୁ ଆସିବ । ମୁଖ୍ୟ ଚରିତ୍ରରେ ଅଭିନେତା ଦେବାଶିଷ ଏବଂ ଶିବାନୀଙ୍କୁ ଦେଖିବାକୁ ମିଳିବ ।
ଏହି ସିନେମାରେ ଦେବାଶିଷଙ୍କୁ ତାଙ୍କ ଫ୍ୟାନ୍ସ ସମ୍ପୂର୍ଣ୍ଣ ନୂଆ ଲୁକ୍ରେ ଦେଖିବାକୁ ପାଇବେ । ସିନେମାଟି ଜଣେ ଅବଢ଼ା ବୋଝିଆର ଜୀବନୀ ଉପରେ ଆଧାରିତ । ଭକ୍ତି, ସଂସ୍କୃତି, ପ୍ରେମ, ତ୍ୟାଗ, ହାସ୍ୟ, କ୍ରୋଧ, ପ୍ରତିଶୋଧ, ଆକ୍ସସନ ଏବଂ ସର୍ବୋପରି ଏକ ସୁନ୍ଦର କାହାଣୀ ଏହି ସିନେମାରେ ରହିଛି। କେବଳ ସେତିକି ନୁହେଁ, ଏଥିରେ ଖୁବ୍ ସୁନ୍ଦର ଗୀତ ମଧ୍ୟ ରହିଛି । ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ଏବଂ ରମେଶ ବାରିକଙ୍କ ପ୍ରଯୋଜିତ ଏହି ସିନେମାରେ ପୃଥ୍ବୀରାଜ, ଅସିତ, ପୁଷ୍ପା ପଣ୍ଡା, ସୋମା ଭୌମିକ, କେକେ ପ୍ରମୁଖ ଅଭିନୟ କରିଛନ୍ତି । ସିନେମାର ସଙ୍ଗୀତ ନିର୍ଦ୍ଦେଶନାରେ ଗୌରବ ଆନନ୍ଦ ଥିବାବେଳେ ଏହାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ଶଙ୍କର ତ୍ରିପାଠୀ I
ବାବୁ ଭାଇ ପ୍ରଡ଼କ୍ସନ ୟ୍ୟୁଟୁବ୍ ଚ୍ୟାନେଲରେ ଏହାର ଟିଜର ରିଲିଜ ହୋଇଛି । ଯାହାକୁ ଦର୍ଶକ ବହୁ ପସନ୍ଦ କରିଛନ୍ତି । ଦେବାଶିଷଙ୍କ ଫ୍ୟାନ୍ସ ମଧ୍ୟ ତାଙ୍କର ନୂଆ ଲୁକକୁ ଦେଖି ବହୁ ପସନ୍ଦ କରୁଛନ୍ତି । ପ୍ରଯୋଜନା ସଂସ୍ଥା ପକ୍ଷରୁ ଏହି ସିନେମା ଓଡ଼ିଆ ଦର୍ଶକଙ୍କୁ ବହୁ ପସନ୍ଦ ଆସିବ ବୋଲି ଆଶା ରଖାଯାଇଛି ।













Leave a Reply