୨ଦିନିଆ ଓଡିଶା ଗସ୍ତରେ ବିଜେପିର ନୂତନ ଓଡ଼ିଶା ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଏବଂ ସହ-ପ୍ରଭାରୀ ସ୍ୱଦେଶ ସିଂ

ଭୁବନେଶ୍ୱର, ୩/୧୦: ଆଜିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପିର ନୂଆ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଏବଂ ସହ-ପ୍ରଭାରୀ ଡ. ସ୍ୱଦେଶ ସିଂହ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର ବରିଷ୍ଠ ପଦାଧିକାରୀ ଏବଂ ୩୭ ଟି ସାଙ୍ଗଠନିକ ଜିଲ୍ଲାର ପ୍ରଭାରୀମାନଙ୍କ ସହ ସାମ୍ପ୍ରତିକ ରାଜନୈତିକ ସ୍ଥିତି ଓ ସଂଗଠନ ବାବଦରେ ଆଲୋଚନା ହେବ ।

ଏହି ଗସ୍ତକାଳରେ ସେମାନେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟର ଅନ୍ୟ ବରିଷ୍ଠ ନେତାମାନଙ୍କୁ ଭେଟି ଆଗାମୀ କାର୍ଯ୍ୟପନ୍ଥା ଉପରେ ଚର୍ଚ୍ଚା କରିବାର କାର୍ଯ୍ୟକ୍ରମ ରହିଛି ।

ସେପ୍ଟେମ୍ବର ୨୩ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ପୁରନ୍ଦେଶ୍ୱରୀଙ୍କୁ ବିଜୟପାଲ ସିଂହ ତୋମରଙ୍କ ସ୍ଥାନରେ, ସ୍ୱଦେଶ ଲତା ଉସେଣ୍ଡିଙ୍କ ସ୍ଥାନରେ ନିଯୁକ୍ତ କରିଥିଲେ | ପୁରନ୍ଦେଶ୍ୱରୀ ୨୦୨୦-୨୦୨୨ ରେ ବି ଓଡ଼ିଶା ପ୍ରଭାରୀ ଥିଲେ, ଏବେ ସରକାର ଗଠନ ପରେ ପୁଣି ଫେରିଛନ୍ତି ।ପଞ୍ଚାୟତ ଓ ପୌର ନିର୍ବାଚନ ଆଗରୁ ସଂଗଠନ ମଜବୁତ କରିବା ଫୋକସ୍ ରହିଛି | ମୁଖ୍ୟମନ୍ତ୍ରୀ ମୋହନ ମାଝୀ X ରେ ସ୍ୱାଗତ କରିଛନ୍ତି।

Leave a Reply

Your email address will not be published. Required fields are marked *