ଭୁବନେଶ୍ୱର, ୨୫/୯: ବଲିଉଡର ଲୋକପ୍ରିୟ କ୍ୟାରେକ୍ଟର ଆର୍ଟିଷ୍ଟ ମୁସ୍ତାକ ଖାନ ଆଉ ନାହାନ୍ତି। ଗତକାଲି ସନ୍ଧ୍ୟା ୭ଟାରେ ମୁମ୍ବାଇ ନାନାବତୀ ହସ୍ପିଟାଲରେ ଶେଷ ନିଶ୍ୱାସ ନେଇଛନ୍ତି ଅଭିନେତା | ଦୀର୍ଘଦିନ ଧରି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସହ ଲଢ଼େଇ କରି ଶେଷରେ ହାର ମାନିଛନ୍ତି ଅଭିନେତା | ଗଣମାଧ୍ୟମ ରିପୋର୍ଟ ଅନୁସାରେ, କ୍ୟାନସରରେ ପୀଡ଼ିତ ମୁସ୍ତାକଙ୍କ ସ୍ୱାସ୍ଥ୍ୟ କିଛିଦିନ ହେଲା ଅଧିକ ଖରାପ ହୋଇପଡ଼ିଥିଲା ।
ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇଥିବା ରିପୋର୍ଟ ମିଳିଛି। ହିନ୍ଦୀ ସିନେମାରେ ଦୀର୍ଘ କ୍ୟାରିୟର ମଧ୍ୟରେ ମୁସ୍ତାକ ଖାନ ଅନେକ ସହାୟକ ଓ ହାସ୍ୟ ଚରିତ୍ରରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିଥିଲେ। ଛୋଟ ଭୂମିକାରେ ମଧ୍ୟ ନିଜର ଅଭିନୟ ଓ କମିକ୍ ଟାଇମିଂ ଯୋଗୁଁ ସେ ଦର୍ଶକଙ୍କ ମନେ ରହିଯାଉଥିଲେ ।
ଆଶିକି, ହମ୍ ହୈଁ ରାହି ପ୍ୟାର କେ, ହେରା ଫେରି, ଯୋଡ଼ି ନଂ-୧, ଗଦର: ଏକ ପ୍ରେମ କଥା, ମୁଝସେ ଶାଦି କରୋଗି, ୱେଲକମ୍, ୱାଣ୍ଟେଡ୍, OMG-Oh My God!, ଗଦର-୨ ଏବଂ ସ୍ତ୍ରୀ-୨ ଭଳି ଅନେକ ଲୋକପ୍ରିୟ ଫିଲ୍ମରେ ସେ ଅଭିନୟ କରିଥିଲେ । ଚଳଚ୍ଚିତ୍ର ସହ ଟେଲିଭିଜନ ଜଗତରେ ମଧ୍ୟ ସେ ବେଶ୍ ପରିଚିତ ଥିଲେ । ବିଶେଷକରି ୨୦୦୭ର ସୁପରହିଟ୍ କମେଡି ଫିଲ୍ମ ୱେଲକମରେ ଅଭିନୟ ଦର୍ଶକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇଥିଲା ।
୫୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିବା ବେଳେ, ମଧ୍ୟପ୍ରଦେଶ ବାଇହରରେ ଜନ୍ମ ଗ୍ରହଣ କରିଥିଲେ |













Leave a Reply