ସିକ୍କିମ ରିମ୍ବିରେ ବଡ ଭୂସ୍ଖଳନ, ଅନେକ ଘର ନଷ୍ଟ

ଭୁବନେଶ୍ୱର, ୨୫/୯: ପଶ୍ଚିମ ସିକ୍କିମର ରିମ୍ବି ଗାଁରେ ଲଗାତାର ବର୍ଷା ଯୋଗୁଁ ଗତକାଲି ରାତିରେ ବଡ ଭୂସ୍ଖଳନ ଘଟିଛି | ଯାହାଫଳରେ ବ୍ୟାପକ କ୍ଷତି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ସିକ୍କିମର ରିମ୍ବି ଗାଁରେ ଏହି ଭୂସ୍ଖଳନ କାରଣରୁ ବଡ଼ ଧରଣର ଧ୍ୱଂସଲୀଳା ଦେଖିବାକୁ ମିଳିଛି। NH10 ରଙ୍ଗପୋ-ଗାଙ୍ଗଟକ ରାସ୍ତା ବନ୍ଦ ହୋଇଯାଇଥିବା ବେଳେ, DDMA ଟିମ୍ ତଦନ୍ତ କରୁଛି, ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତାମାଙ୍ଗ ସତର୍କ ରହିବାକୁ ଅପିଲ କରିଛନ୍ତି |

ଗୁରୁବାର ବିଳମ୍ବିତ ରାତିରେ ପ୍ରବଳ ବର୍ଷା ହେବା ପରେ ଏଠାରେ ଭୂସ୍ଖଳନ ଘଟିଥିଲା। ତେବେ ଏହି ଘଟଣାରେ କୌଣସି ଜୀବନହାନି ହୋଇଥିବା ନେଇ ଖବର ମିଳି ନାହିଁ। ଭୂସ୍ଖଳନ କାରଣରୁ ବଡ଼ ବଡ଼ ପଥର, ମାଟି ଅତଡ଼ା ତଳକୁ ଖସି ଆସିଥିଲା। ପଶ୍ଚିମ ସିକ୍କିମର ୟୁକ୍‌ସୋମ୍-ତାଶିଦିଂ ଅଞ୍ଚଳାନ୍ତର୍ଗତ ରିମ୍ବି ଗାଁର କିଛି ଅଂଶରେ ଏହି ଭୂସ୍ଖଳନ ଘଟିଛି।

ମାଟି ଖସିବା କାରଣରୁ କାଦୁଅ, ପଥର ଏବଂ ମଳବା ତଳକୁ ପଡ଼ିବାକୁ ଲାଗିଛି। ଏହି ଭୂସ୍ଖଳନରେ କିଛି ଘର ମଧ୍ୟ ଧ୍ୱଂସ ହୋଇଯାଇଛି। ତେବେ ଏଯାଏଁ କୌଣସି ପ୍ରକାରର ଜୀବନହାନିର ଖବର ସାମ୍ନାକୁ ଆସି ନାହିଁ। କ୍ରମାଗତ ବର୍ଷା ଯୋଗୁଁ ଆଖପାଖର ଘର, ସମ୍ପତ୍ତି ଏବଂ ସଡ଼କ ସଂଯୋଗ ଉପରେ ଏବେ ମଧ୍ୟ ବିପଦ ଲାଗି ରହିଛି। ବର୍ତ୍ତମାନ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ ରହିବାକୁ ଅପିଲ୍ କରାଯାଇଛି।

Leave a Reply

Your email address will not be published. Required fields are marked *