ଭୁବନେଶ୍ୱର, ୨୩/୯: ସାମ୍ନାକୁ ଆସିଲା ନିଆଳି ପନିରର ସତ । ଲାବରେଟୋରୀ ରିପୋର୍ଟ ଏବେ ସମସ୍ତଙ୍କୁ ଚକିତ କରିଦେଇଛି । କଟକରୁ ଜବତ ହୋଇଥିବା ପ୍ରାୟ ୬୦ କ୍ୱିଣ୍ଟାଲ ପନିରର ନମୁନା ପରୀକ୍ଷା ପାଇଁ ହରିଆଣାର ଲାବରେ ପଠାଯାଇଥିଲା । ଏବେ ସେହି ଲାବରେଟୋରୀ ରିପୋର୍ଟ ଫୁଡ୍ ସେଫ୍ଟି କମିଶନରଙ୍କ ନିକଟକୁ ପଠାଯାଇଛି ।
ଲାବରେ ପରୀକ୍ଷା ପରେ ଜବତ ପନିରର ମାନକୁ ନେଇ ଗୁରୁତର ତଥ୍ୟ ସାମ୍ନାକୁ ଆସିଛି । ଜବତ ହୋଇଥିବା ପନିରରେ ଡିଟରଜେଣ୍ଟ ଏବଂ ମଇଦା ଭଳି ଉପାଦାନ ମିଶାଯାଇଥିବା ସୂଚନା ମିଳିଛି । ଏହି କାରଣରୁ ଉକ୍ତ ପନିର ଖାଇବା ପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ ବୋଲି KMC ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ।
ପନିର ଭଳି ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ ହେଲେ ଏହା ସିଧାସଳଖ ଭାବେ ଲୋକଙ୍କ ଖାଦ୍ୟ ସୁରକ୍ଷା ସହ ଜଡ଼ିତ । ତେଣୁ ଏହି ଘଟଣାକୁ ନେଇ ଖାଦ୍ୟ ସୁରକ୍ଷା ବିଭାଗ ଆଗକୁ କି ପଦକ୍ଷେପ ନେଉଛି, ତାହା ଉପରେ ନଜର ରହିଛି।












Leave a Reply