ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନ – ପ୍ରଥମ ଦିନ ହୋହଲ୍ଲାରେ ଧୋଇଗଲା

ଭୁବନେଶ୍ୱର, ୨୩/୯: ବିଧାନସଭା ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନ। ଗତକାଲି ପ୍ରଥମ ଦିନ ବିଜେଡି ଓ କଂଗ୍ରେସର ହଙ୍ଗାମାରେ ଗୃହ ଚାଲିପାରିଲାନି। ପ୍ରଥମ ଦିନ ଭଳି ଆଜି ମଧ୍ୟ ବିଧାନସଭା ସରଗରମ ରହିବ। ପାଠ୍ୟପୁସ୍ତକରେ ତ୍ରୁଟି ଓ ଏମଏମଡିଆର ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବେ ବିରୋଧୀ ବିଜେଡି ଓ କଂଗ୍ରେସ। ପାଠ୍ୟପୁସ୍ତକରେ ତ୍ରୁଟି ପାଇଁ ନୈତିକତା ଦୃଷ୍ଟିରୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିକୁ ଗୃହରେ ଜୋରଦାର କରିବ ବିଜେଡି।

ଅଧିବେଶନ ସେପ୍ଟେ ୨୨ରୁ ଅକ୍ଟୋ ୩ ଯାଏଁ ଚାଲିବ (୯ କାର୍ଯ୍ୟ ଦିବସ)। ସରକାର ୬ଟି ବିଲ୍ ଆଣିବ। ବନ୍ୟା ପରିସ୍ଥିତି, ଆଇନଶୃଙ୍ଖଳା, ଚାଷୀ ସମସ୍ୟା ଉପରେ ମଧ୍ୟ ଆଲୋଚନା ସମ୍ଭବ।

ଅନ୍ୟପଟେ, ଗୃହର ଛଅ ଜଣ ପୂର୍ବତନ ସଦସ୍ୟ ଏବଂ ନେପାଳରେ ହୋଇଥିବା ହଠାତ୍ ବନ୍ୟାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ଦିନର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଶୋକ ପ୍ରସ୍ତାବ ଆଗତ କରି ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ମାଝୀ ଓ ସୁଶାନ୍ତ ସିଂହ, ପୂର୍ବତନ ମୁଖ୍ୟ ସଚେତକ ସତ୍ୟ ଭୂଷଣ ସାହୁ ଏବଂ ଅନ୍ୟମାନଙ୍କୁ ସ୍ମରଣ କରିଥିଲେ।

ଗତକାଲି ବିରୋଧୀଙ୍କ ପ୍ରବଳ ହୋ ହାଲ୍ଲା ମଧ୍ୟରେ ଗୃହରେ ୬ଟି ବିଲ୍‌ ଏବଂ ୨ଟି ଅଧ୍ୟାଦେଶ ଉପସ୍ଥାପିତ ହୋଇଥିଲା । ପରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହକୁ ମୁଲତବୀ ରଖିଥିଲେ । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓଡ଼ିଶା ରାଜ୍ୟ ବୃତ୍ତି, ବ୍ୟାପାର, ଆଜିବିକା ଏବଂ ନିୟୋଜନ କର(ନିରସନ) ବିଲ୍‌ ଆଗତ କରିଥିଲେ । ସେହିପରି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଭାରତୀୟ ଷ୍ଟାମ୍ପ(ସଂଶୋଧନ) ଅଧ୍ୟାଦେଶ, ୨୦୨୬କୁ ଗୃହରେ ଉପସ୍ଥାପନ କରିଥିଲେ ।

Leave a Reply

Your email address will not be published. Required fields are marked *