ଭୁବନେଶ୍ୱର, ୨୦/୯: ମୁଣ୍ଡ ପିଛା ୩୦ ଲକ୍ଷ ଟଙ୍କା ପୁରସ୍କାର ଥିବା ନକ୍ସଲ କମାଣ୍ଡର ବ୍ରିଜେଶ ଗାଞ୍ଜୁ ଓରଫ୍ ଗୋପାଳ ସିଂହ ଭୋକ୍ତା ଆଜି ସକାଳ ୪ଟାରେ ବାରାଣାସୀର ରାମନଗର ଲଙ୍କା ମୈଦାନ ଅଞ୍ଚଳରେ UP ATS ଏନକାଉଣ୍ଟରରେ ମୃତ। ବାଇକ୍ରେ ଯାଉଥିଲା ସମୟରେ ଲାଲ କମାଣ୍ଡରଙ୍କୁ ଘେରିଥିଲା ଏଟିଏସ୍ ଫଳରେ ଉଭୟଙ୍କ ମଧ୍ୟରେ ଚାଲିଲା ଗୁଳି ବିନିମୟ। ଯେଉଁଥିରେ ଟଳି ପଡ଼ିଲେ ୩୦ ଲକ୍ଷ ଟଙ୍କାର ମୋଷ୍ଟ ୱାଣ୍ଟେଡ ନକ୍ସଲ କମାଣ୍ଡର। ବାରାଣସୀର ରାମନଗର ଥାନା ଅଞ୍ଚଳର ଟେଙ୍ଗରାରେ ଉତ୍ତରପ୍ରଦେଶ ଏଟିଏସ୍ ସହ ଗୁଳି ବିନିମୟରେ ବୃଜେଶ ଓରଫ ଗଞ୍ଜୁ ଓରଫ ଗୋପାଳ ନାମକ ନକ୍ସଲ କମାଣ୍ଡର ନିହତ ହୋଇଥିବା ପୋଲିସ କହିଛି।
ଝାଡ଼ଖଣ୍ଡର ନିଷିଦ୍ଧ ନକ୍ସଲ ସଂଗଠନ ‘ତୃତୀୟ ପ୍ରସ୍ତୁତି କମିଟି’ (ଟିପିସି)ର କମାଣ୍ଡର ଥିଲେ ବୃଜେଶ। ବହୁ ବିସ୍ଫୋରଣ ସାମିଲ ଥିଲା। ଯେଉଁଥିପାଇଁ ଝାରଖଣ୍ଡ ସରକାର ତାଙ୍କ ନାଁରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା। ଏଥିସହ ଏନ୍ଆଇଏ ମଧ୍ୟ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା। ଝାଡ଼ଖଣ୍ଡରେ ନକ୍ସଲଙ୍କ ପତ୍ତନ ପରେ ଚତରା ଜିଲ୍ଲାର ଲାୱାଲୌଙ୍ଗ ଥାନା ଅଞ୍ଚଳରେ ଗୁପ୍ତ ଭାବେ ରହୁଥିଲେ ବୃଜେଶ। ପୋଲିସ ତାଙ୍କ ଗତିବିଧି ଉପରେ ନଜର ରଖିଥିଲା।
ବୃଜେଶ ଜଣେ ସହଯୋଗୀଙ୍କ ସହ ବାଇକ୍ରେ ମୁଗଲସରାଇ ଅଭିମୁଖେ ଯାଉଥିଲା। ପୂର୍ବରୁ ମିଳିଥିବା ସୂଚନା ଆଧାରରେ ଏଟିଏସ୍ ଟିମ୍ ସେହି ଅଞ୍ଚଳରେ ଘେରାଉ କରିଥିଲା। ଅଚାନକ ପୋଲିସକୁ ଦେଖି ବୃଜେଶ ଗୁଳି ଚଳାଇଥିଲା। ଯାହାର ଜବାବ ଦେଇଥିଲା ପୋଲିସ୍। ଉଭୟଙ୍କ ଭିତରେ ଘମାଘୋଟ ଲଢ଼େଇ ହୋଇଥିଲା।
ବୃଜେଶ ପକ୍ଷରୁ ହୋଇଥିବା ଗୁଳି ଡେପୁଟି ଏସ୍ପି ବିପିନ ରାୟ ଓ ହେଡ କନଷ୍ଟେବଳ ନିତେନ୍ଦ୍ର କୃଷ୍ଣଙ୍କ ବୁଲେଟ୍ପ୍ରୁଫ୍ ଜ୍ୟାକେଟ୍ରେ ବାଜିଥିଲା। ଏହାପରେ ପୋଲିସ ବୃଜେଶଙ୍କୁ ଏନ୍କାଉଣ୍ଟର କରିଥିଲା। ଯେଉଁଥିରେ ସେ ଗୁରୁତର ଆହତ ହୋଇଥିଲା। ପୋଲିସ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।












Leave a Reply