ଭୁବନେଶ୍ବର,୩/୬ : ଆଗାମୀ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା -୨୦୨୬ ଉପଲକ୍ଷେ ଆଜି ଅପରାହ୍ନରେ ଏଡିଜି ପୋଲିସ, ଆଇଜି ପୋଲିସ, ପୁରୀ ଜ଼ିଲ୍ଲାପାଳ, ଏସପି, ପୁରୀ ମହାନଗର ନିଗମର କମିଶନର, ପୁରୀ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ, ଓବିସିସି ଇଞ୍ଜିନିୟର ଓ ବରିଷ୍ଠ ସେବାୟତମାନଙ୍କ ଏକ ଉଚ୍ଚ ସ୍ତରୀୟ ଦଳ ଗୁଣ୍ଡିଚା ମନ୍ଦିର ପରିଦର୍ଶନ କରି ଚାଲୁଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ।
ବିଜେ ରାସ୍ତା ଉନ୍ନୟନ, ମନ୍ଦିର ପରିସରର ଭିତ୍ତିଭୂମି ସୁଦୃଢୀକରଣ, କିଚେନ ଆନେକ୍ସ, ଟୁଣିଆ ମହଲ ଓ ଅନ୍ୟାନ୍ୟ ସହାୟକ କାର୍ଯ୍ୟର ଗୁଣବତ୍ତା ଏବଂ ପ୍ରଗତି ଯାଞ୍ଚ କରାଯାଇଥିଲା।
ରଥଯାତ୍ରା ସମୟରେ ଭକ୍ତମାନଙ୍କ ସୁଗମ ଚଳାଚଳ ଓ ଉନ୍ନତ ସୁବିଧା ସୁନିଶ୍ଚିତ କରିବାକୁ ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ସମାପ୍ତ କରିବା ପାଇଁ ସମ୍ପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।













Leave a Reply