ଆମର ପ୍ରତ୍ୟେକ ପଦକ୍ଷେପ ଦେଶର ଉନ୍ନତି ଓ ଗୌରବ ପାଇଁ ଉତ୍ସର୍ଗୀକୃତ ହେଉ : ଶର୍ମିଷ୍ଠା ସେଠୀ

ଭୁବନେଶ୍ବର,୧୫/୮ :  ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ ୮୦ତମ ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, ସ୍ୱାଧୀନତାର ଏହି ଗୌରବମୟ ଦିନରେ ମାତୃଭୂମି ପାଇଁ ବଳିଦାନ ଦେଇଥିବା ସମସ୍ତ ବୀରଙ୍କୁ କୋଟି କୋଟି ପ୍ରଣାମ। ସେମାନଙ୍କ ତ୍ୟାଗ ଆମକୁ ସଦା ଦେଶ ପାଇଁ କାମ କରିବାର ପ୍ରେରଣା ଦେଉ।

ଏକତା, ଭାଇଚାରା ଓ ସମାନତାର ଭାବନାରେ ଆମେ ଏକ ସୁନ୍ଦର ଭାରତ ଗଢ଼ିବା। ଆମର ପ୍ରତ୍ୟେକ ପଦକ୍ଷେପ ଦେଶର ଉନ୍ନତି ଓ ଗୌରବ ପାଇଁ ଉତ୍ସର୍ଗୀକୃତ ହେଉ। ଜୟ ହିନ୍ଦ !

Leave a Reply

Your email address will not be published. Required fields are marked *