ରାଜ୍ୟ ସରକାର ପୁଣି ବଢ଼ାଇଲେ ବସ୍ ଭଡ଼ା

ଭୁବନେଶ୍ୱର,୨/୬ : ରାଜ୍ୟ ସରକାର ପୁଣି ବସ୍ ଭଡ଼ା ବଢ଼ାଇଛନ୍ତି । ସାଧାରଣ ଓ ଏକ୍ସପ୍ରେସ୍ ବସ୍ ଭଡ଼ା କିମି ପିଛା ୨ ପଇସା ବଢ଼ିଲା । ସାଧାରଣ ବସ୍ ଭଡ଼ା କିମି ପିଛା ୯୦ ପଇସାରୁ ୯୨ ପଇସାକୁ ବୃଦ୍ଧି ହୋଇଛି। ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା କିମି ପିଛା ୯୪ ପଇସାରୁ ୯୬ ପଇସାକୁ ବୃଦ୍ଧି ହୋଇଛି । ଡିଲକ୍ସ ଭଡ଼ା ୧୩୧ ପଇସାରୁ ୧୩୫ ପଇସାକୁ ବୃଦ୍ଧି ହୋଇଛି । ବସ୍ ଭଡ଼ା ବଢ଼ାଇବା ନେଇ ଦାବି କରିଥିଲା ଘରୋଇ ବସ୍ ମାଲିକ ସଂଘ ।

ଏସି ଡିଲକ୍ସ ବସ୍ ଭଡ଼ା ୧ଟଙ୍କା ୫୯ପଇସାରୁ ବଢ଼ି ୧ଟଙ୍କା ୬୩ ପଇସା ହୋଇଛି । ସୁପର ଡିଲକ୍ସ ବସ ଭଡ଼ା ୨ଟଙ୍କା ୪୭ ପଇସାରୁ ବଢ଼ି ୨ଟଙ୍କା ୫୩ ପଇସା ହୋଇଛି । ତେଲ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ଦ୍ବିତୀୟ ଥର ପାଇଁ ରାଜ୍ୟରେ ବସ୍ ଭଡ଼ା ବଢ଼ାଇଛନ୍ତି ସରକାର। ଦୁଇ ଦିନ ତଳେ ଭଡ଼ା ବୃଦ୍ଧି ପାଇଁ ଦାବି କରିଥିଲେ ଘରୋଇ ବସ୍ ମାଲିକ ସଂଘ। ଭଡ଼ା ବୃଦ୍ଧି ନ କଲେ ୧୧ରୁ ବସ ବନ୍ଦ କରିବାକୁ ଚେତାବନୀ ଦେଇଥିଲେ ।

Leave a Reply

Your email address will not be published. Required fields are marked *