ମିଆଁମାରରେ ଏୟାରଷ୍ଟ୍ରାଇକ୍ , ୪୯ ମୃତ, ୫୮ ଜଣ ଆହତ

ଭୁବନେଶ୍ୱର, ୨୯/୯: ବିଦ୍ରୋହୀଙ୍କ ନିୟନ୍ତ୍ରଣାଧୀନ ଅଞ୍ଚଳରେ ଥିବା ଏକ ବଜାର ନିକଟରେ ମିଆଁମାର ସେନାର ଆକ୍ରମଣ | ଆକ୍ରମଣରେ ଚାଲିଗଲା ୪୯ ଜଣଙ୍କ ଜୀବନ । ଆଉ ୫୮ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୨୨ ଗୁରୁତର ଥିବା ସୂଚନା ମିଳିଛି | ମୃତକଙ୍କ ମଧ୍ୟରେ ବଜାରରେ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀ, କ୍ରେତା ଓ ପଥଚାରୀ ଥିବା ସୂଚନା ମିଳିଛି । ମିଆଁମାରର ପଶ୍ଚିମ ରଖାଇନ୍ ରାଜ୍ୟର କ୍ୟାଉକ୍ତାଉ ଟାଉନସିପରେ ସୋମବାର ଏହି ଆକ୍ରମଣ ହୋଇଥିଲା । ବିଦ୍ରୋହୀ ଗୋଷ୍ଠୀ ଏବଂ ‘ଆସୋସିଏଟେଡ୍ ପ୍ରେସ୍’ (AP) ସହ କଥା ହୋଇଥିବା ଜଣେ ଉଦ୍ଧାରକାରୀ ଅଧିକାରୀଙ୍କ ସୂତ୍ରରୁ ଏହି ଖବର ମିଳିଛି।

ଏହି ଅଞ୍ଚଳ ଉପରେ ଶକ୍ତିଶାଳୀ ଜାତିଗତ ସଶସ୍ତ୍ର ଗୋଷ୍ଠୀ ‘ଆରାକାନ୍ ଆର୍ମି’ର ନିୟନ୍ତ୍ରଣ ରହିଛି । ଆରାକାନ୍ ଆର୍ମିର ଦାବି ଅନୁସାରେ, ଅପରାହ୍ଣ ସମୟରେ ଏକ ଯୁଦ୍ଧବିମାନ ବଜାର ନିକଟରେ ଦୁଇଟି ବୋମା ପକାଇଥିଲା । ଏହି ଆକ୍ରମଣ ପଶ୍ଚିମ ରାଖାଇନ୍ ରାଜ୍ୟର ‘କ୍ୟାଉକଟାଓ’ (Kyauktaw) ଅଞ୍ଚଳରେ ହୋଇଥିଲା, ଯାହା ମିଆଁମାରର ଦ୍ୱିତୀୟ ବୃହତ୍ତମ ସହର ମଣ୍ଡାଲେଠାରୁ ପ୍ରାୟ ୩୪୦ କିଲୋମିଟର (୨୧୦ ମାଇଲ୍) ପଶ୍ଚିମ ଦିଗରେ ଅବସ୍ଥିତ। ଏହି ଅଞ୍ଚଳଟି ଏକ ଶକ୍ତିଶାଳୀ ଜାତିଗତ ସଶସ୍ତ୍ର ଗୋଷ୍ଠୀ ‘ଆରାକାନ୍ ଆର୍ମି’ର ନିୟନ୍ତ୍ରଣରେ ରହିଛି। AP କହିଛି ଯେ ଏହି ଆକ୍ରମଣ ସମ୍ବନ୍ଧୀୟ ତଥ୍ୟକୁ ସେମାନେ ସ୍ୱାଧୀନ ଭାବେ ନିଶ୍ଚିତ କରିପାରି ନାହାନ୍ତି।

ଏଥିରେ ୪୯ ଜଣଙ୍କ ମୃତ୍ୟୁ ସହ ୫୮ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୨୨ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଇଛି । ତେବେ ଏହି ଦାବିଗୁଡ଼ିକର ସ୍ୱାଧୀନ ଭାବେ ସତ୍ୟତା ଯାଞ୍ଚ କରାଯାଇପାରିନାହିଁ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ, ଜଣେ ବରିଷ୍ଠ ଉଦ୍ଧାରକାରୀ ଅଧିକାରୀ ମୃତାହତଙ୍କ ସଂଖ୍ୟା ନିଶ୍ଚିତ କରିଛନ୍ତି । ଏହି ବଜାରଟି ଅଞ୍ଚଳର ଏକ ପ୍ରମୁଖ ପାଇକାରୀ ବଜାର ଥିଲା । ଏଠାକୁ ରଖାଇନର ବିଭିନ୍ନ ସ୍ଥାନରୁ ବ୍ୟବସାୟୀ ଓ କ୍ରେତା ଆସୁଥିଲେ । ଏହି ଆକ୍ରମଣ ପରେ ଆରାକାନ୍ ଆର୍ମି ପକ୍ଷରୁ ପ୍ରତିଆକ୍ରମଣର ଚେତାବନୀ ମଧ୍ୟ ଦିଆଯାଇଛି । ତେବେ ଏହି ଘଟଣା ମିଆଁମାରରେ ଚାଲିଥିବା ଦୀର୍ଘଦିନର ସଂଘର୍ଷକୁ ପୁଣିଥରେ ଚର୍ଚ୍ଚାକୁ ଆଣିଛି ।

୨୦୨୧ ଫେବ୍ରୁଆରୀ ୧ରେ ମିଆଁମାର ସେନା ଆଙ୍ଗ ସାନ୍ ସୁ କିଙ୍କ ନିର୍ବାଚିତ ସରକାରଠାରୁ କ୍ଷମତା ଛଡ଼ାଇ ନେବା ପରଠାରୁ ଦେଶରେ ରାଜନୈତିକ ଅସ୍ଥିରତା ଓ ସଶସ୍ତ୍ର ସଂଘର୍ଷ ଜାରି ରହିଛି । ମଙ୍ଗଳବାର ସକାଳେ ଜାରି କରାଯାଇଥିବା ଏକ ବିବୃତିରେ ଆରାକାନ୍ ଆର୍ମି କହିଛି ଯେ, ଦିନ ପ୍ରାୟ ୧୨ଟା ସମୟରେ ଏକ ଯୁଦ୍ଧ ବିମାନ ସ୍ଥାନୀୟ ବଜାର ନିକଟରେ ଦୁଇଟି ବୋମା ପକାଇଥିଲା।

Leave a Reply

Your email address will not be published. Required fields are marked *