ବିଜେଡିକୁ ଫେରିବେକି ପାଣ୍ଡିଆନ୍ ! ପୋଷ୍ଟର ବଢାଇଲା ଚର୍ଚ୍ଚା

ଭୁବନେଶ୍ବର,୨/୬ : ‘ଆପଣଙ୍କୁ ଫେରିବାକୁ ପଡ଼ିବ , ଓଡ଼ିଶା ମା ପାଇଁ, ଓଡ଼ିଶାକୁ ବଞ୍ଚେଇବାକୁ । ଓଡ଼ିଶା ଜନସାଧାରଣ’ । ଏ ଯାହା ଲେଖାଯାଇଛି ତାହା ଏକ ପୋଷ୍ଟରରେ ଲେଖାଯାଇଥିବା କଥା । ଯେଉଁଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଫଟୋ ଅଛି ଏବଂ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ଫଟୋ ରହିଛି । ଯାହାକୁ ନେଇ ଏବେ ସବୁଠି ଗୋଟିଏ ଚର୍ଚ୍ଚା । ବିଜେଡିକୁ ଫେରିବେକି ପାଣ୍ଡିଆନ୍ । ପୁଣି ଚାଲିବ କି ପାଣ୍ଡିଆନ୍ ରାଜ୍ ।

ଗତ ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ପରେ ଭିକେ.ପାଣ୍ଡିଆନ୍ ରାଜନୀତିରୁ ସନ୍ନ୍ୟାସ ନେଇଥିଲେ । ମାତ୍ର ପୁଣି ଥରେ ସେ ଏବେ ସକ୍ରିୟ ହେବାକୁ ଚେଷ୍ଟା କରୁଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏ ପୋଷ୍ଟର କାହିଁକି ମରାଯାଇଛି ତାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଛି । ଏକ ଗଛରେ ଏଭଳି ପୋଷ୍ଟର ମାରିଛି କିଏ ଏବଂ ସେ କ’ଣ ଦର୍ଶାଇବାକୁ ଚାହୁଁଛି ତାହା ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ବୋଲି କୁହାଯାଉଛି । ଯାହା ଫଳରେ ବିଜେଡିରେ ମଧ୍ୟ ଏବେ ଆଲୋଚନା ସମାଲୋଚନା ଆରମ୍ଭ ହୋଇଯାଇଛି ।

ବିଜେପି ସରକାରକୁ ଆସିବା ଦୁଇ ବର୍ଷ ପୂରିବ । ମାତ୍ର ଲୋକେ ଆଜି ପାଣ୍ଡିଆନକୁ ଫେରିଆସ କହିବା ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ପାଲଟିଛି । ଆମେ ଏଠି କହୁଛୁ ଗଛରେ ଯେଉଁ ପୋଷ୍ଟର ଲାଗିଛି ତାହାକୁ ନେଇ । ଯାହା ଏବେ ସବୁଠି ଚର୍ଚ୍ଚା । ଏହା ଏକ ଯୋଜନାବଦ୍ଧ ଭାବେ କରାଯାଇଛି ନାଁ ଆଉ କ’ଣ ତାହା ଭବିଷ୍ୟତ କହିବ । କାରଣ ଏହା ଏବେ ସୋସିଆଲ ମିଡ଼ିଆରେ ମୋବାଇଲକୁ ମୋବାଇଲ୍ ଘୁରି ବୁଲୁଛି ।

Leave a Reply

Your email address will not be published. Required fields are marked *