ଭୁବନେଶ୍ୱର, ୩/୧ : ଧନୁଯାତ୍ରା ତୋରଣ ଭଙ୍ଗା ଘଟଣା । ବରଗଡ଼ ଟାଉନ ଥାନାରେ ମାମଲା ରୁଜୁ । ପୂର୍ତ୍ତ ବଭାଗର ମୁଖ୍ୟ ଯନ୍ତ୍ରୀ ଅରୁଣ ପାଣ୍ଡେଙ୍କ ନାଁରେ ମାମଲା ରୁଜୁ । ତୋରଣ କାମ ଅତି ନିମ୍ନ ମାନର ଯୋଗୁଁ ଭାଙ୍ଗି ଥିବା ଅଭିଯୋଗ ।
ତୋରଣ ତିଆରି ପାଇଁ ପୌର ପରିଷଦ ଅନୁମତି ମଧ୍ୟ୍ ନେଇ ନାହିଁ ବୋଲି ବରଗଡ଼ ପୌର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ ଟାଉନ ଥାନାରେ ମୁଖ୍ୟ ଯନ୍ତ୍ରୀ ଓ ଠିକାଦାର ନାମରେ ଲିଖିତ ଅଭିଯୋଗ ଦେଇଥିଲେ । ଆଜି ମୁଖ୍ୟ ଯନ୍ତ୍ରୀଙ୍କ ନାଁ ରେ ମାମଲା ରୁଜୁ ହୋଇଛି ।










Leave a Reply