ନୂଆଦିଲ୍ଲୀ, ୩/୧ : ଜାପାନରେ ଆସନ୍ତା ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଥିବା ଏସୀୟ କ୍ରୀଡ଼ା-୨୦୨୬ ଲାଗି ଟ୍ରାଏଲ୍ସ ଦେବାକୁ କୁସ୍ତିଯୋଦ୍ଧା ବିନେଶ ଫୋଗଟ୍ଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ବିନେଶଙ୍କୁ ଦିଲ୍ଲୀ ହାଇକୋର୍ଟ ଗତ ୨୩ରେ ଟ୍ରାଏଲ୍ସରେ ଭାଗ ନେବାକୁ ଅନୁମତି ପ୍ରଦାନ କରିଥିଲେ। ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଭାରତୀୟ କୁସ୍ତି ମହାସଂଘ(ଡବ୍ଲ୍ୟୁଏଫ୍ଆଇ) ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲା।
ତେବେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ଡବ୍ଳ୍ୟୁଏଫ୍ଆଇର ଆବେଦନକୁ ଖାରଜ କରିବା ସହିତ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି। ସୁପ୍ରିମକୋର୍ଟଙ୍କ ପକ୍ଷରୁ ବିଚାରପତି ପି ଏସ୍ ନରସିମା ଓ ବିଚାରପତି ଆଲୋକ ଆନ୍ଧରେଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଛନ୍ତି।










Leave a Reply