ଭୁବନେଶ୍ବର,୨୫/୧୧ : ଜାତୀୟ ବୈଜ୍ଞାନିକ ହୋମିଓପାଥି ସମ୍ମିଳନୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି , ଆଜି ଭୁବନେଶ୍ୱରସ୍ଥିତ ଡାକ୍ତର ଅଭିନ ଚନ୍ଦ୍ର ହୋମିଓପାଥିକ୍ ମେଡ଼ିକାଲ କଲେଜ ଓ ହସ୍ପିଟାଲଠାରେ ଆୟୋଜିତ ଜାତୀୟ ବୈଜ୍ଞାନିକ ହୋମିଓପାଥି ସମ୍ମିଳନୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ରାଜ୍ୟପାଳ ବ୍ରଜମୋହନ ରାମଙ୍କ ସହ ଯୋଗଦେଲି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଆୟୁଷକୁ ଏକ ସ୍ୱତନ୍ତ୍ର ମନ୍ତ୍ରାଳୟ ଭାବେ ଗଠନ କରିବା ପରଠାରୁ ହୋମିଓପାଥି ସମେତ ଭାରତୀୟ ଚିକିତ୍ସା ପଦ୍ଧତିକୁ ଏକ ସ୍ୱତନ୍ତ୍ର ପରିଚୟ ଓ ସମ୍ମାନ ମିଳିଛି। ହୋମିଓପାଥି କ୍ଷେତ୍ରରେ ଗବେଷଣାର ମାନ, କ୍ଲିନିକାଲ୍ ଅଧ୍ୟୟନ ଓ ବୈଜ୍ଞାନିକ ପ୍ରମାଣକୁ ଆମେ ସର୍ବାଧିକ ପ୍ରାଧାନ୍ୟ ଦେବା ଆବଶ୍ୟକ। ଏହି ସମ୍ମିଳନୀ ହୋମିଓପାଥି ଚିକିତ୍ସା ବିଜ୍ଞାନରେ ନୂତନ ଗବେଷଣାକୁ ପ୍ରୋତ୍ସାହିତ କରିବା ସହ ଏକ ସୁସ୍ଥ ଓ ସମୃଦ୍ଧ ଭାରତ ଗଠନର ଲକ୍ଷ୍ୟକୁ ଆହୁରି ତ୍ୱରାନ୍ୱିତ କରିବ।













Leave a Reply