ଇନଫ୍ଲୁଏନସର ଓ କ୍ରିଏଟରମାନଙ୍କୁ ବାଲିଯାତ୍ରାକୁ ପ୍ରମୋଟ କରିବାକୁ ଆହ୍ବାନ କଲେ ବିଧାୟିକା ସୋଫିଆ ଫିର୍ଦୋସ

ଭୁବନେଶ୍ବର,୨୫/୧୧ : ସୋସିଆଲ ମିଡିଆ ଇନଫ୍ଲୁଏନସର ଓ କ୍ରିଏଟର ବନ୍ଧୁମାନଙ୍କୁ ନିଜ ପୋଷ୍ଟ ଓ ରିଲ୍ସ ମାଧ୍ୟମରେ ବାଲିଯାତ୍ରାକୁ ପ୍ରମୋଟ କରିବାକୁ ଆହ୍ବାନ କଲେ ବାରବାଟି-କଟକ ବିଧାୟିକା ସୋଫିଆ ଫିର୍ଦୋସ । ସେ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ କହିଛନ୍ତି, ଐତିହାସିକ କଟକ ବାଲିଯାତ୍ରାରର ଶୁଭ ଉଦଘାଟନ ହୋଇସାରିଛି । ଏବେ ଆମ ସାଧବ ପୁଅଙ୍କ ଅଦମ୍ୟ ସାହସ ଓ ନୌବାଣିଜ୍ୟ ପରମ୍ପରାକୁ ବିଶ୍ୱ ଦରବାରରେ ପହଞ୍ଚାଇବାର ସମୟ ଆସିଛି।

ସମସ୍ତ ସୋସିଆଲ ମିଡିଆ ଇନଫ୍ଲୁଏନସର ଓ କ୍ରିଏଟର ବନ୍ଧୁମାନଙ୍କୁ ମୋର ଅନୁରୋଧ, ବାଲିଯାତ୍ରାରେ ଆପଣ ଯାହା ଅନୁଭବ କରୁଛନ୍ତି, ଯାହା ଖାଉଛନ୍ତି ଓ ଯେଉଁ ଆନନ୍ଦ ନେଉଛନ୍ତି, ତାହାକୁ ନିଜ ପୋଷ୍ଟ ଓ ରିଲ୍ସ ମାଧ୍ୟମରେ ଶେୟାର କରନ୍ତୁ। ଆସନ୍ତୁ, ମିଳିମିଶି ବାଲିଯାତ୍ରାକୁ ବିଶ୍ୱସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ଦେବା।

Leave a Reply

Your email address will not be published. Required fields are marked *