ଭିଜିଲାନ୍ସ ଜାଲରେ ଜଳ ବିଭାଗ ନିର୍ଦ୍ଦେଶକ: ପ୍ରସନ୍ନ ପାତ୍ରଙ୍କ ୯ ଠିକଣାରେ ଏକକାଳୀନ ଚଢାଉ

ଭୁବନେଶ୍ୱର/ନୂଆଦିଲ୍ଲୀ, ୯/୧୦: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ ପାତ୍ର | ସୁନ୍ଦରଗଡ଼ ଜିଲ୍ଲାର ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ତଥା ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର ପାତ୍ର |ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହେବା ପରେ ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ ।

ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଶ୍ରାବଣୀ ରେସିଡେନ୍ସିର ଦ୍ୱିତୀୟ ମହଲାରେ ଥିବା ଫ୍ଲାଟ୍ , ମଞ୍ଚନାଥ ଭିଲ୍ଲାର ଫେଜ୍ -୨ରେ ଥିବା ତାଙ୍କର ତିନୋଟି ଦୁଇମହଲା କୋଠା, ବାଲିଅନ୍ତାରେ ଥିବା ଅନ୍ୟ ଏକ ଆବାସିକ କୋଠାରେ ତଲାସୀ ଚାଲିଛି । ଏହା ସହିତ ସୁନ୍ଦରଗଡ଼ସ୍ଥିତ ତାଙ୍କ କାର୍ଯ୍ୟାଳୟ, କାର୍ଯ୍ୟାଳୟ ସମ୍ମୁଖରେ ଥିବା ସରକାରୀ କ୍ୱାର୍ଟର ଏବଂ କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଚର୍ଚ୍ଚିକା ଗ୍ରାମରେ ଥିବା ତାଙ୍କ ଶ୍ୱଶୁର ଘରେ ମଧ୍ୟ ଚଢ଼ାଉ କରାଯାଉଛି । ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଥିବା ବେଳେ ସମ୍ପତ୍ତିର ପରିମାଣ ଓ ଅନ୍ୟାନ୍ୟ ତଥ୍ୟ ସମ୍ପର୍କରେ ପରବର୍ତ୍ତୀ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ । ସୁନ୍ଦରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ଜଜ୍ ଙ୍କ ଅନୁମତିକ୍ରମେ ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଚଢ଼ାଉ କରାଯାଉଛି । ଜଣେ ଅତିରିକ୍ତ ଏସ୍ ପି, ୪ ଜଣ ଡିଏସ୍ ପି, ୧୩ ଜଣ ଇନ୍ସପେକ୍ଟର, ୫ ଜଣ ଏଏସ୍ ଆଇ ଏବଂ ଅନ୍ୟ ସହଯୋଗୀ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି ।

ଭୁବନେଶ୍ୱର, ପୁରୀ ଓ ପାଲଲହଡ଼ା ସମେତ ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି।ସୁନ୍ଦରପଦାରେ ୩ ମହଲା ଘର ଓ ହାଇଟେକ ପ୍ଲାଜାରେ ଫ୍ଲାଟ ଠାବ ହୋଇଛି।

ସମାନ ପ୍ୟାଟର୍ନରେ ଗତ ସପ୍ତାହରେ କେନ୍ଦ୍ରୀୟ ଜଳସେଚନ ସର୍କଲ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କ ୬ଟି ସ୍ଥାନରେ ଓ ବେତନଟୀ R&B ଯନ୍ତ୍ରୀ ଅରବିନ୍ଦ ମହାନ୍ତିଙ୍କ ୧୦ଟି ସ୍ଥାନରେ ମଧ୍ୟ ରେଡ୍ ହୋଇଥିଲା।

Leave a Reply

Your email address will not be published. Required fields are marked *