ଭୁବନେଶ୍ୱର/ବ୍ୟୁରୋ ରିପୋର୍ଟ , ୧୨/୧୦: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ(ABEO) । ଯାଜପୁର ଜିଲ୍ଲା ଧର୍ମଶାଳାର ABEO ଜୟଦେବ ଜେନା | ତାଙ୍କ ଘରେ ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ କରିଛି । ଏକକାଳୀନ ୭ଟି ସ୍ଥାନରେ ରେଡ୍ ଜାରି ରହିଛି। ଖବର ଅନୁଯାୟୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ABEO ବାବୁଙ୍କ ଭୁବନେଶ୍ୱର ପାତ୍ରପଡ଼ାରେ ୩ ମହଲା କୋଠା, ନୂଆଗାଁରେ ୨ ମହଲା କୋଠା, ଗଞ୍ଜାମ ପି. ନୂଆଗାଁରେ ଅନ୍ୟ ଏକ କୋଠା ଠାବ କରାଯାଇଛି । ସେହିପରି ଗଞ୍ଜାମ ବୁରୁଝରୀ ସ୍ଥିତ ଆତ୍ମୀୟଙ୍କ ଘର, ଭୁବନେଶ୍ୱର ଖଣ୍ଡଗିରି ଜନନୀ ବିହାର ସ୍ଥିତ ସମ୍ପର୍କୀୟଙ୍କ ଘର, ଯାଜପୁର ଜାରକା ସ୍ଥିତ ଭଡ଼ାଘର ଏବଂ ଯାଜପୁର ଜାରକା ସ୍ଥିତ କାର୍ଯ୍ୟାଳୟରେ ଚଢାଉ କରାଯାଉଛି ।
ଭିଜିଲାନ୍ସ ଯାଞ୍ଚ ପ୍ରକ୍ରିୟା ସରିବା ପରେ ମୋଟ ଆୟବହିର୍ଭୂତ ସମ୍ପତ୍ତିର ପରିମାଣ ସମ୍ପର୍କରେ ଅଧିକ ତଥ୍ୟ ସ୍ପଷ୍ଟ ହେବ। ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ଜାରି କରିଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ୩ ଜଣ ଅତିରିକ୍ତ ଏସପି, ୪ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ଛାନଭିନ୍ ଜାରି ରଖିଛନ୍ତି। ଭୁବନେଶ୍ୱର, ଗଞ୍ଜାମ ଓ ଯାଜପୁରରେ ସର୍ଚ୍ଚ ଅପରେସନ୍ ଚାଲିଛି।
ଗତ ମେ ମାସରେ ଏହି ବ୍ଲକର ଅତିରିକ୍ତ BDO ଅସିତ ପାତ୍ରଙ୍କ କ୍ଷେତ୍ରରେ ମଧ୍ୟ ସମାନ ଢଙ୍ଗରେ ୨୦୫% ଆୟ ବହିର୍ଭୂତ ସମ୍ପତ୍ତି ମିଳିଥିଲା। ଜେନାଙ୍କ ବିରୋଧରେ ବି ଆୟଠୁ ଅଧିକ କୋଠା, ପ୍ଲଟ, ସୁନା ଓ ବ୍ୟାଙ୍କ ଜମା ଥିବା ବିଶ୍ୱସ୍ତ ସୂଚନା ଆଧାରରେ ରେଡ୍ ଚାଲିଛି।













Leave a Reply