ଛାତ୍ର ସଂସଦ ନିର୍ବାଚନକୁ ନେଇ ଅଶାନ୍ତ ଉତ୍କଳ ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସ: ଫୁଟିଲା ବୋମା !

ଭୁବନେଶ୍ୱର/ବ୍ୟୁରୋ ରିପୋର୍ଟ , ୧୨/୧୦: ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜ୍ୟର ଅନେକ ବିଦ୍ୟାଳୟରେ ଅଶାନ୍ତି ଲାଗିରହିଥିବା ବେଳେ, ଉତ୍କଳ ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସ ମଧ୍ୟ ଅଶାନ୍ତ ହୋଇଉଠିଛି | ରବିବାର ରାତି ପ୍ରାୟ ସାଢ଼େ ୧୧ଟାରେ ବାଣୀ ବିହାର କ୍ୟାମ୍ପସରେ ବୋମା ଫୁଟିବା ପରି ପ୍ରଚଣ୍ଡ ଶବ୍ଦ ହୋଇଛି । ଫଳରେ ଭୟବିତ୍ତ ହୋଇ କ୍ୟାମ୍ପସରେ ଥିବା ଛାତ୍ର ଛାତ୍ରୀ ଏଣେ ତେଣେ ଦୌଡିଥିଲେ ।

ପରେ ହଷ୍ଟେଲ ଆଗରେ ହୋହାଲ୍ଲା କରିଥିଲେ ଛାତ୍ର ଛାତ୍ରୀ। ଏହାକୁ ନେଇ ପରେ ବିଶ୍ୱ ବିଦ୍ୟାଳୟର ମୁଖ୍ୟ ଫାଟକ ଘେରିଥିଲା ବିଜୁ ଛାତ୍ର ଜନତା ଦଳ। ଘଟଣାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣ ପାଇଁ କ୍ୟାମ୍ପସରେ ୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ସେପଟେ ଘଟଣାସ୍ଥଳରେ ଭୁବନେଶ୍ୱର ଡିସିପି, ଜୋନ ଏସିପି ସମତେ ସଶସ୍ତ୍ର ପୋଲିସ ବାହିନୀ ପହଞ୍ଚି ଛାତ୍ର ଛାତ୍ରୀଙ୍କୁ ବୁଝା ସୁଝା କରିଥିଲେ। ଡିସିପି ଏକ ନମ୍ୱର ହଷ୍ଟେଲ ଯାଇ ବୋମା ଶବ୍ଦ ଆସିଥିବା ସ୍ଥାନରେ ସ୍ଥିତି ଅନୁଧ୍ୟାନ କରିଥିଲେ। ଆଜି ଏନେଇ ଅଧିକ ଖୋଳ ତାଡ଼ ହେବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *