ଭୁବନେଶ୍ବର, ୫/୧୧ : କଳ୍ପନା ଫିଲ୍ମସ ଆଣ୍ଡ ଲିଭ୍ ଲାଇଭ୍ ଓଡ଼ିଆ ଫିଲ୍ମ ପ୍ରସ୍ତୁତି ଅଲି ବଜରଙ୍ଗବାଲି ଫିଲ୍ମର ପୋଷ୍ଟର ଉନ୍ମୋଚନ ହୋଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ମୀରା ପରିଡ଼ା, ସାହିତ୍ୟିକ ସଞ୍ଜୟ ଭଟ୍ଟ, ପ୍ରଚାର ଓ ପ୍ରସାର ମୁଖ୍ୟ ପ୍ରଣୟ ଜେଠୀ, ଲିଭ୍ ଲାଇଭ୍ ଓଡ଼ିଆର ପ୍ରଯୋଜକ ଡଃ ଟିଟନ ସାହୁ, ମ୍ୟାନେଜିଂ ଡାଇରେକ୍ଟର ଦେବସ୍ମିତା ସାହୁ ପ୍ରମୁଖ ଯୋଗଦେଇଥିଲେ l
ବହୁ ଅଭିଜ୍ଞ ନିର୍ଦ୍ଦେଶିକ ଏସ ଦିଲ୍ଲୀପ ପଣ୍ଡା ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଭାର ନେଇଛନ୍ତି l କଳ୍ପନା ଫିଲ୍ମସର ସୋହମ ସିଂହ ଏବଂ ଲିଭ୍ ଲାଇଭର ଡଃ ଟିଟନ ସାହୁଙ୍କ ମିଳିତ ପ୍ରଯୋଜନାରେ ଅଲି ବଜରଙ୍ଗବାଲି ପ୍ରସ୍ତୁତ ହେଉଛି l ସୋହମ ସିଂହ କାହାଣୀ ରଚନା କରିଛନ୍ତି ଏବଂ ସଂଳାପ ବିଜୟ ରାଉଳ ରଚନା କରିଛନ୍ତି l ସଙ୍ଗୀତ ନିର୍ଦ୍ଦେଶନା ବୈଦ୍ୟନାଥ ଦାଶ ଏବଂ ଜେଏନ ପଦ୍ମା ଦେଇଛନ୍ତି l
ତେବେ ପୋଷ୍ଟର ଉନ୍ମୋଚନ ସହିତ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା କଳାକାରଙ୍କ ନାମ ଘୋଷଣା କରାଯାଇଥିଲା l ବଜରଙ୍ଗୀ ଚରିତ୍ରରେ ସୋହମ ସିଂହ, ଅଲି ଚରିତ୍ରରେ ଚନ୍ଦନ କର, ମୁଖ୍ୟ ନାୟିକା ଚରିତ୍ରରେ ସସ୍ମିତା, ଅନ୍ୟାନ୍ୟ ଚରିତ୍ରରେ ଉଷସୀ ମିଶ୍ର, ଡିସ୍କୋ ରେଡ୍ଡୀ, ଜୀବନ ପଣ୍ଡା, ଭୂପତି ତ୍ରିପାଠୀ, କେପି, ପଞ୍ଚାନନ ପାଣିଗ୍ରାହୀ, କୁନି କଳାକାର ଆରାଧ୍ୟା ପ୍ରମୁଖ ଅଭିନୟ କରୁଛନ୍ତି l ଏହାର ସିନେମାଟୋଗ୍ରାଫି ଦାୟିତ୍ୱରେ ଧିରେନ ରହିଛନ୍ତି l
ସୋହମ ସିଂହ ପୂର୍ବରୁ ଅଜାତଶତ୍ରୁ, ଲଭ୍ ୟୁ ପ୍ରିୟା, ରାଉଡି ରାଜା ଭଳି ଚଳଚ୍ଚିତ୍ରର ପ୍ରଯୋଜନା କରିଥିବାବେଳେ ମୁଖ୍ୟ ନାୟକ ଭାବରେ ଅଭିନୟ କରିଛନ୍ତି l ଆସନ୍ତା ଡିସେମ୍ବର ମାସରେ ଏହି ଫିଲ୍ମ ସୁଟିଂ ଫ୍ଲୋରକୁ ଓହ୍ଲାଇବ ବୋଲି ପ୍ରଯୋଜନା ସଂସ୍ଥା ପ୍ରକାଶ କରିଛି l













Leave a Reply