ଭୁବନେଶ୍ବର,୪/୧୧ : ହାଇଟେକ୍ ମେଡ଼ିକାଲ୍ କଲେଜର ୨୨ତମ ହ୍ବାଇଟକୋଟ ଏବଂ ଚରକ ଶପଥ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ନୂତନ ଭାବରେ ଭର୍ତ୍ତି ହୋଇଥିବା ପ୍ରଥମ ବର୍ଷ ଏମ୍ବିବିଏସ୍ ଛାତ୍ରଛାତ୍ରୀମାନଙ୍କୁ ସ୍ବାଗତ ସମ୍ଭର୍ଦ୍ଧନା ସହ ହ୍ବାଇଟକୋର୍ଟ ପ୍ରଦାନ କରାଯାଇଥିଲା ।

ସେହିପରି ଛାତ୍ରଛାତ୍ରୀମାନେ ଶ୍ରେଣୀକକ୍ଷ ଓ ମେଡ଼ିକାଲ୍ ଭିତରକୁ ପ୍ରବେଶ କରିବା ପୂର୍ବରୁ ସେମାନଙ୍କୁ ଚରକ ଶପଥ କରାଯିବା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ, ଏହି ଶପଥ ନେବା ପରେ ପ୍ରତ୍ୟେକ ଛାତ୍ରଛାତ୍ରୀ ପବିତ୍ରତା, ସମାନୁବର୍ତ୍ତିତା, ତ୍ୟାଗ ଓ ସେବା ମନୋଭାବ ନେଇ କାର୍ଯ୍ୟ କରିବାକୁ ପ୍ରେରଣା ପାଇବେ।
ହାଇଟେକ୍ ଗ୍ରୁପ୍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ କହିଛନ୍ତି ଯେ, ଜୀବନରେ ଶୃଙ୍ଖଳା ହିଁ ପୁଞ୍ଜି, ଜଣେ ଶୃଙ୍ଖଳିତ ମଣିଷ ଯେ କୌଣସି ଅସାଧ୍ୟକୁ ସାଧ୍ୟ କରିପାରେ। ପ୍ରତ୍ୟେକ ଛାତ୍ରଛାତ୍ରୀ ହାଇଟେକର କେବଳ ଶୃଙ୍ଖଳିତ ଆଚରଣ କଲେ, ଜଣେ ଭଲ ଡାକ୍ତର କରିବାର ଦାୟିତ୍ବ ଏ ଅନୁଷ୍ଠାନର ବୋଲି ସେ କହିଛନ୍ତି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ମଦନ ମୋହନ ଦାଶ ଯୋଗଦେଇଥିବାବେଳେ, ମୁଖ୍ୟବକ୍ତା ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଯୋଗଦେଇ, ନୂତନ ଡାକ୍ତର ଛାତ୍ରଛାତ୍ରୀମାନେ ପାଠପଢା ସହ ରୋଗୀସେବା ପ୍ରତି ଧ୍ୟାନଦେବାକୁ ପରାମର୍ଶ ଦେଇଥିଲେ। ୨୦୨୦-୨୧ବ୍ୟାଚର ୧୪ଜଣ କୃତ୍ତି ଏମ୍ବିବିଏସ୍ ଛାତ୍ରଛାତ୍ରୀ ଓ ସେମାନଙ୍କ ପିତାମାତାଙ୍କୁ ହାଇଟେକ୍ ପକ୍ଷରୁ ନଗଦରାଶି ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା।

କାର୍ଯ୍ୟକ୍ରମରେ ହାଇଟେକ୍ ଗ୍ରୁପର ମ୍ୟାନେଜିଂ ଟ୍ରଷ୍ଟି ସୁରେଶ କୁମାର ପାଣିଗ୍ରାହୀ, ଟ୍ରଷ୍ଟି ତଥା କାର୍ଯ୍ୟକାରୀ ଅଧ୍ୟକ୍ଷ ରାକେଶ କୁମାର ପାଣିଗ୍ରାହୀ, ହାଇଟେକ୍ ମେଡ଼ିକାଲ୍ କଲେଜର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦେବାନନ୍ଦ ମହାପାତ୍ର, ଉପାଧ୍ୟକ୍ଷ ପ୍ରଫେସର ଡାକ୍ତର ଲିସା ଷଢଙ୍ଗୀ, ମେଡ଼ିକାଲ୍ ଅଧିକ୍ଷକ ତଥା ପ୍ରାଶାସନିକ ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ସୀତାରାମ ମହାପାତ୍ର, ଡିନ୍ ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ରାଧାମାଧବ ତ୍ରିପାଠୀ, ଡକ୍ଟର.ଗୋପେଶ୍ବର ଆଚାର୍ୟ୍ୟ ସହ ସମସ୍ତ ବିଭାଗର ବିଭାଗୀୟ ମୁଖ୍ୟ ଯୋଗଦେଇଥିଲେ।













Leave a Reply