ମୁମ୍ବାଇ,୪/୧୧ : ରିଲାଏନ୍ସ ଜିଓ ମାତ୍ର ୧୫ଟଙ୍କାରେ ଏକ ଅନଲିମିଟେଡ୍ ୫ଜି ଡାଟା ପ୍ୟାକ୍ ଆରମ୍ଭ କରିଛି । ଏହି ପ୍ୟାକ୍ର ବୈଧତା ୨୪ ଘଣ୍ଟା ରହିଛି, ଯାହା ଗ୍ରାହକମାନଙ୍କୁ ଦୈନିକ ଡାଟା ସୀମା ନେଇ ଚିନ୍ତା ଛାଡି ହାଇ-ସ୍ପିଡ୍ ୫ଜି ଇଣ୍ଟରନେଟ୍ ଉପଭୋଗ କରିବାର ସୁଯୋଗ ଦେଉଛି । ଜିଓର ଏହି ନୂଆ ଅଫର୍ ବିଶେଷ ଭାବରେ ସେହି ବ୍ୟବହାରକାରୀଙ୍କ ପାଇଁ ପ୍ରସ୍ତୁତ କରାଯାଇଛି, ଯେଉଁମାନଙ୍କୁ ଅଧିକ ପରିମାଣର ଡାଟା ଆବଶ୍ୟକ ହୋଇଥାଏ।

ଏହି ନୂଆ ପ୍ୟାକ୍ ସାହାଯ୍ୟରେ ଗ୍ରାହକମାନେ ୪କେ କ୍ୱାଲିଟିରେ ଚଳଚ୍ଚିତ୍ର ଓ ଭିଡିଓ ଦେଖିପାରିବେ, ଲାଇଭ୍ ଖେଳ ଉପଭୋଗ କରିପାରିବେ ଏବଂ ଅନଲାଇନ୍ ଗେମିଂ ଖେଳିପାରିବେ। ଏହା ବ୍ୟତୀତ, ଏହା ବଡ଼ ବଡ଼ ଫାଇଲ୍ ଡାଉନଲୋଡ୍ କରିବା, ସଫ୍ଟୱେର୍ ଅପଡେଟ୍ କରିବା ଏବଂ କ୍ଲାଉଡ୍ ରେ ଡାଟା ଅପଲୋଡ୍ କରିବା ଭଳି କାମକୁ ସହଜ କରିଥାଏ । ଗ୍ରାହକମାନେ ଏହି ପ୍ୟାକ୍ ବ୍ୟବହାର କରି ନିଜର ୫ଜି ସ୍ମାର୍ଟଫୋନକୁ ଏକ ୱାଇ-ଫାଇ ହଟସ୍ପଟ୍ ରେ ପରିଣତ କରିପାରିବେ, ଯାହା ମାଧ୍ୟମରେ ଲାପଟପ୍ ଏବଂ ଟାବଲେଟରେ ଇଣ୍ଟରନେଟ୍ ସୁବିଧା ମିଳିପାରିବ। ଭିଡିଓ କନଫରେନ୍ସିଂ, ଘରେ ରହି କାମ କରିବା (ରିମୋଟ ୱାର୍କ) ଏବଂ ଅନ୍ୟାନ୍ୟ ଅନଲାଇନ୍ କାମ ପାଇଁ ଏହା ବିଶେଷ ଉପଯୋଗୀ ଅଟେ।
ଜିଓର ଏହି ୧୫ ଟଙ୍କା ମୂଲ୍ୟର ଡାଟା ପ୍ୟାକ୍ ଦେଶର ସମସ୍ତ ଟେଲିକମ୍ ସର୍କଲରେ ଉପଲବ୍ଧ ରହିଛି। ଗ୍ରାହକମାନେ ମାଇଁ ଜିଓ ଆପ୍, ଜିଓ ୱେବସାଇଟ, ରିଟେଲ୍ ଷ୍ଟୋର୍ କିମ୍ବା ଅନ୍ୟାନ୍ୟ ରିଚାର୍ଜ ପ୍ଲାଟଫର୍ମ ମାଧ୍ୟମରେ ଏହାକୁ ତୁରନ୍ତ ଆକ୍ଟିଭେଟ୍ କରିପାରିବେ।













Leave a Reply