ଭୁବନେଶ୍ୱର,୪/୧୧ : ମୁଖ୍ୟମନ୍ତ୍ରୀଙ୍କ ଭାବ ମୂର୍ତ୍ତି କିଏ ନଷ୍ଟ କରୁଛି । ଏହାକୁ ନେଇ ଏବେ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି । ସୋସିଆଲ ମିଡ଼ିଆରେ ବାରମ୍ବାର ଭାବ ମୂର୍ତ୍ତି କ୍ଷୁର୍ଣ୍ଣ ହେବା ଭଳି ଭିଡ଼ିଓ ଛଡ଼ା ଯାଉଛି । ନିକଟରେ ଗଞ୍ଜାମ ଗସ୍ତ ସମୟରେ ଏକ ଭିଡ଼ିଓ ଯାହା ସମସ୍ତଙ୍କ ନଜର ଟାଣିଥିଲା । ସେଥିରେ ‘ଲଞ୍ଚ୍’ ଶଦ୍ଦକୁ ନେଇ ଚାରିଆଡ଼େ ଚର୍ଚ୍ଚା ହୋଇଥିଲା । ମୁଖ୍ୟମନ୍ତ୍ରୀ କେବଳ କହିଥିଲେ ଲଞ୍ଚ୍ ପାଇଁ କେଉଁଠି ବ୍ୟବସ୍ଥା ହୋଇଛି । ବାସ୍ ଏହାପରେ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଥିଲା । ଭିଡ଼ିଓ ଗୁଡ଼ିକୁ କିଏ ପ୍ରଥମେ ସାର୍ବଜନୀନ କରୁଛି, କେଉଁ ଉଦ୍ଦେଶ୍ୟରେ ଏହାକୁ ବ୍ୟାପକ ଭାବେ ପ୍ରଚାର କରାଯାଉଛି । ଏହା ପଛରେ କୌଣସି ଯୋଜନାବଦ୍ଧ ରଣନୀତି ରହିଛି କି ନାହିଁ, ତାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି।
ସୋସିଆଲ ମିଡ଼ିଆରେ କୌଣସି ଭିଡ଼ିଓ ପ୍ରସାରିତ ହେବା ଏକ ସାଧାରଣ ଘଟଣା । ତେବେ ଏକାଧିକ ଥର ଭାବ ମୂର୍ତ୍ତି କ୍ଷୁର୍ଣ୍ଣ ହେବା ଭଳି ଭିଡ଼ିଓ ଭାଇରାଲ୍ ହେବା ପଛର କାରଣ ଜାଣିବା ଜରୁରୀ ହୋଇପଡ଼ିଛି । ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଏଭଳି ଭିଡ଼ିଓ ଗୁଡ଼ିକୁ ବାରମ୍ବାର ଭାଇରାଲ୍ କରି ଲାଭବାନ କିଏ ହେଉଛି । ଏହା ପଛରେ କାହାର ସ୍ୱାର୍ଥ ରହିଛି । ଏହା ମାଧ୍ୟମରେ ସାଧାରଣ ଜନତାଙ୍କ ମଧ୍ୟରେ କେଉଁ ବାର୍ତ୍ତା ପହଞ୍ଚାଇବାକୁ ଉଦ୍ୟମ କରାଯାଉଛି ।
ମୁଖ୍ୟମନ୍ତ୍ରୀଙ୍କ ସୋସିଆଲ ମିଡ଼ିଆ ଟିମ୍ ଏଥିପ୍ରତି ଗୁରୁତ୍ବ ଦେଉନାହାନ୍ତି କି । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଏବେ ଜନସାଧାରଣଙ୍କ ଅତି ପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଗଣା ହେଉଛନ୍ତି । ହେଲେ ଏଭଳି କିଛି ଭିଡ଼ିଓ ସାମ୍ନାକୁ ଆସୁଛି ଯାହା ତାଙ୍କ ଭାବ ମୂର୍ତ୍ତିକୁ ମଳିନ କରୁଛି । ସୋସିଆଲ ମିଡ଼ିଆ ଟିମ୍ ଭିଡ଼ିଓର ସାଉଣ୍ଡକୁ ହଟାଇ ଦେଇପାରିଥାନ୍ତେ । କିନ୍ତୁ ଭିଡ଼ିଓ ଦେବା ସମୟରେ ଏଥିପ୍ରତି ଜାଣିଶୁଣି ବେଖାତିର୍ କରାଯାଉଛି କି ଏବେ ଏହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । କ’ଣ ଉଦ୍ଦେଶ୍ୟ ।













Leave a Reply