୬ ମାସ ଭିତରେ ପଶ୍ଚିମବଙ୍ଗରେ ୟୁସିସି ଲାଗୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ ନୂଆଦିଲ୍ଲୀ, ୪/୧୦: ଉତ୍ତରାଖଣ୍ଡ ଏବଂ ଗୁଜରାଟ ପରେ ଏବେ ପଶ୍ଚମବଙ୍ଗରେ ଲାଗୁ ହେବ ୟୁସିସି । ଆସନ୍ତା ୬ ମାସ ମଧ୍ୟରେ ୟୁସିସି ଲାଗୁ କରିବା ନେଇ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ସେ ଏହା ସ୍ପଷ୍ଟ କରିଛନ୍ତି ଯେ ପଶ୍ଚିମବଙ୍ଗରେ ଜବରଦସ୍ତ ଧର୍ମ ପରିବର୍ତ୍ତନ ବିରୋଧରେ ଆଇନକୁ କଠୋର କରାଯିବ ।

ପଶ୍ଚିମବଙ୍ଗରେ ୬ ମାସ ଭିତରେ ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘୋଷଣା କରିଛନ୍ତି।

ଆଜି ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ସଭାପତି ଅଶୋକ ସିଂଘଲଙ୍କ ଜନ୍ମ ଶତାବ୍ଦୀ ଉତ୍ସବରେ ସେ କହିଛନ୍ତି, ଉତ୍ତରାଖଣ୍ଡ ଓ ଗୁଜରାଟ ପରେ ବଙ୍ଗଳାରେ ୟୁସିସି ଲାଗୁ ହେବ। ଲଭ ଜିହାଦ, ଲ୍ୟାଣ୍ଡ ଜିହାଦ ଓ ଧର୍ମ ପରିବର୍ତ୍ତନ ବିରୋଧରେ କଡ଼ା ଆଇନ ଅଣାଯିବ।

ଜଷ୍ଟିସ ରଞ୍ଜନା ଦେଶାଇଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି।

Leave a Reply

Your email address will not be published. Required fields are marked *