ଆଜି ବିଶ୍ୱ ଡାକ ଦିବସ – 5G ଯୁଗରେ ବି ଚିଠିର ମୂଲ୍ୟ ଅତୁଳନୀୟ

ଭୁବନେଶ୍ୱର/ନୂଆଦିଲ୍ଲୀ, ୯/୧୦: ଆଜି ଅକ୍ଟୋବର ୯ – ବିଶ୍ୱ ଡାକ ଦିବସ।୧୮୭୪ ମସିହା ଆଜିର ଦିନରେ ସୁଇଜରଲ୍ୟାଣ୍ଡର ବର୍ନରେ ୟୁନିଭର୍ସାଲ ପୋଷ୍ଟାଲ ୟୁନିଅନ (UPU) ପ୍ରତିଷ୍ଠା ହୋଇଥିଲା। ୧୯୬୯ରେ ଟୋକିଓରେ ପ୍ରଥମ ଥର ପାଳନ କରାଯାଇଥିବା ବେଳେ, ୧୯୨ଟି ଦେଶ ଆଜି ପାଳନ କରୁଛନ୍ତି।

ଡାକସେବାର ଗୁରୁତ୍ୱ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହ ଦେଶ ଦେଶ ମଧ୍ୟରେ ଯୋଗାଯୋଗ ଓ ସହଯୋଗକୁ ମଜବୁତ କରିବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ଏହି ସଂଗଠନ ଅନ୍ତର୍ଜାତୀୟ ଡାକ ବ୍ୟବସ୍ଥାକୁ ସୁସଂଗଠିତ କରିବା ଏବଂ ବିଭିନ୍ନ ଦେଶ ମଧ୍ୟରେ ଡାକ ଆଦାନପ୍ରଦାନକୁ ସହଜ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା ।

ଅକ୍ଟୋବର ୧, ୧୮୫୪ରେ ଭାରତ ସରକାର ଡାକ ପାଇଁ ଏକ ବିଭାଗ ସ୍ଥାପନା କରିଥିଲେ। ଦେଶରେ ୧୭୬୬ରେ ଲର୍ଡ କ୍ଲାଇବଙ୍କ ଦ୍ୱାରା ସ୍ଥାପିତ ଡାକ ବ୍ୟବସ୍ଥାର ବିକାଶ ଓ୍ବାରେନ ହେଷ୍ଟିଙ୍ଗ୍ସ କରିଥିଲେ। ୧୭୭୪ରେ କୋଲକାତାରେ ସେ ଜିପିଓ ସ୍ଥାପନା କରିଥିଲେ। ଚେନ୍ନାଇ ଏବଂ ମୁମ୍ବାଇରେ ଜେନେରାଲ ପୋଷ୍ଟ ଅଫିସ୍‌ ୧୭୮୬ ଏବଂ ୧୭୯୩ରେ ହୋଇଥିଲା। ଏବେ ୧୪୨ଟି ଦେଶରେ ପୋଷ୍ଟା କୋଡ ଉପଲବ୍ଧ ରହିଛି। ଭାରତୀୟ ଡାକ ବିଭାଗ ପିନକୋର୍ଡ ନମ୍ବର ଆଧାରରେ ଡାକ ବିତରଣ ବ୍ୟବସ୍ଥା କାର୍ଯ୍ୟ କରେ। ପିନ୍‌କୋଡ୍‌ ନମ୍ବର ଅଗଷ୍ଟ ୧୫, ୧୯୭୨ରେ ହୋଇଥିଲା।

ଭାରତ ହେଉଛି UPUର ପ୍ରଥମ ଏସୀୟ ସଦସ୍ୟ (୧୮୭୬)। ଭାରତରେ ୧.୫୫ ଲକ୍ଷରୁ ଅଧିକ ଡାକଘର – ବିଶ୍ୱର ସବୁଠୁ ବଡ ନେଟୱାର୍କ। ପ୍ରଥମ ଡାକଘର କୋଲକାତାରୁ ଆରମ୍ଭ ହୋଇଥିଲା | ଇଣ୍ଟରନେଟ, 5G ଯୁଗରେ ବି ଡାକ ସେବାର ଗୁରୁତ୍ୱ କମିନି। ଯେଉଁଠି ଇଣ୍ଟରନେଟ ନାହିଁ, ସେଠି ବି ପହଞ୍ଚୁଛି ଡାକ ବାଲା।

Leave a Reply

Your email address will not be published. Required fields are marked *