ଭୁବନେଶ୍ୱର/ନୂଆଦିଲ୍ଲୀ, ୯/୧୦: ଛାତ୍ର ସଂସଦ ନିର୍ବାଚନ ପାଇଁ ପଡୁଛି ଉଠୁଛି କଲେଜ କ୍ୟାମ୍ପସ | ୨୦୧୭ ପରେ ୮ ବର୍ଷ ପରେ ଓଡ଼ିଶାରେ ପୁଣି ଛାତ୍ର ସଂସଦ ନିର୍ବାଚନ। ଆଜି ଅକ୍ଟୋବର ୯ ହେଉଛି ନାମାଙ୍କନ ଦିବସ। ତେବେ ଏହାରି ମଧ୍ୟରେ ଦୁଇ ମହାବିଦ୍ୟାଳୟରେ ନିର୍ବାଚନ ବାତିଲ କରାଯାଇଛି । ଏନେଇ ମହାବିଦ୍ୟାଳୟ ପରିସରରେ ଲାଗିଛି ନୋଟିସ । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସମ୍ବେଦନଶୀନ ଘଟଣା ପାଇଁ ନିର୍ବାଚନ ବାତିଲ କରିଛନ୍ତି କର୍ତ୍ତୃପକ୍ଷ ।
ତେବେ ନିର୍ବାଚନ ବାତିଲ ହୋଇଥିବା ମହାବିଦ୍ୟାଳୟ ଗୋଟିଏ ହେଲା ଭଦ୍ରକ ମହାବିଦ୍ୟାଳୟ । ଅନ୍ୟଟି ହେଉଛି ଭଣ୍ଡାରିପୋଖରୀ ବ୍ଲକ ନାଆମୀ ମହାବିଦ୍ୟାଳୟ । ଦୁଇଟି ମହାବିଦ୍ୟାଳୟର ନିର୍ବାଚନକୁ ବାତିଲ କରାଯାଇଛି ।
ସୂଚନା ଅନୁସାରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ସମେତ ଜିଲ୍ଲାର ଆଉ ଏକ ପ୍ରମୁଖ କଲେଜରେ ଛାତ୍ର ଅଶାନ୍ତି, ଗଣ୍ଡଗୋଳ ଆଶଙ୍କା ଥିବାରୁ ଅଧ୍ୟକ୍ଷଙ୍କ ରିପୋର୍ଟ ଆଧାରରେ ଜିଲ୍ଲାପାଳ ଓ ଏସପି ନିର୍ବାଚନ ବାତିଲ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଥିଲେ – ଅଶାନ୍ତି ହେଲେ କଲେଜ ଚାହିଁଲେ ବିଜ୍ଞପ୍ତି ପ୍ରକାଶ କରିବେ ।
ରାଜ୍ୟରେ ଆଜି ଅକ୍ଟୋବର ୯ରେ ନାମାଙ୍କନ, ୧୫ରେ ଭୋଟ୍। ଭଦ୍ରକରେ ଗତ ଦୁଇ ଦିନରେ କ୍ୟାମ୍ପସ ବାହାରେ ଛାତ୍ର ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରେ ପୋଲିସ QRT ମୁତୟନ କରାଯାଇଥିଲା।













Leave a Reply