ଆଜି ପ୍ରକାଶ ପାଇବ ୪ ରାଜ୍ୟର ୬ ଆସନର ଉପନିର୍ବାଚନ ଫଳ

ଭୁବନେଶ୍ୱର/ନୂଆଦିଲ୍ଲୀ, ୯/୧୦: ଦେଶର ୪ ରାଜ୍ୟର ୬ଟି ଆସନ ପାଇଁ ଆଜି ଅକ୍ଟୋବର ୯ରେ ଉପନିର୍ବାଚନ ଫଳ ପ୍ରକାଶ ପାଉଛି। ସକାଳ ୮ଟାରୁ ପୋଷ୍ଟାଲ ବାଲଟ, ୮:୩୦ରୁ EVM ଗଣତି ଆରମ୍ଭ ହୋଇଯାଇଛି | ନିର୍ଦ୍ଧାରିତ ହେବ ଚାରି ରାଜ୍ୟର ଭାଗ୍ୟ ଫଳ । କିଏ ମାରିବ ବାଜି, ତାହା ଉପରେ ଅଟକିଛି ସମସ୍ତଙ୍କ ନଜର । ଅକ୍ଟୋବର ୬ ତାରିଖରେ ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ ଏବଂ ପୁଡୁଚେରୀରେ ଉପନିର୍ବାଚନ ପାଇଁ ଭୋଟ୍ ପଡିଥିଲା |

ପଶ୍ଚିମବଙ୍ଗ: ନନ୍ଦିଗ୍ରାମ (ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଭବାନୀପୁର ରଖି ଛାଡିଥିଲେ) ଓ ରେଜିନଗର (AJUP ନେତା ହୁମାୟୁନ କବୀର ୨ ଆସନ ଜିତି ଛାଡିଥିଲେ)

ତାମିଲନାଡୁ: ମାଦୁରାନ୍ତକମ (SC) ଓ ଧାରାପୁରମ (SC) – ବିଦ୍ରୋହୀ AIADMK ବିଧାୟକ TVKରେ ମିଶି ଇସ୍ତଫା ଦେଇଥିଲେ

ପୁଡୁଚେରୀ: ଥାଟ୍ଟାଞ୍ଚାୱାଡି – ମୁଖ୍ୟମନ୍ତ୍ରୀ ରଙ୍ଗାସ୍ୱାମୀ ମାଙ୍ଗଲମ ରଖି ଛାଡିଥିଲେ, ୮୦.୮୧%

ଆସାମ : ନାଗାଓଁ ଲୋକସଭା – ପ୍ରଦ୍ୟୁତ ବର୍ଦୋଲୋଇ କଂଗ୍ରେସ ଛାଡି ବିଜେପିରେ ମିଶିଥିଲେ, ୭୬.୧୯% ମତଦାନ

Leave a Reply

Your email address will not be published. Required fields are marked *