ଭୁବନେଶ୍ବର,୧୧/୧୦ : ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ବ୍ୟାନରରେ ଆଦିକନ୍ଦ ସାହୁଙ୍କ ପ୍ରଯୋଜନାରେ ଯୁବ ନିର୍ଦ୍ଦେଶକ ରାଜା ଡି.ଙ୍କ ନିର୍ଦ୍ଦେଶନାରେ ଏଇ ଦଶହରାରେ ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର “ଗେମ୍ ଓଭର” l କାହାଣୀ, ଚିତ୍ରନାଟ୍ୟ ଏବଂ ସଂଳାପ କୁନା ତ୍ରିପାଠୀ ରଚନା କରିଛନ୍ତି l
ଦର୍ଶକଙ୍କୁ ପ୍ରତ୍ୟେକ ବର୍ଷ ଦଶହରାରେ ଅର୍ଦ୍ଧେନ୍ଦୁ କିଛି ନୂଆ ଅନୁଭୂତି ଦେବାକୁ ପ୍ରୟାସ କରନ୍ତି l ଯେପରି ଚ୍ୟାଲେଞ୍ଜରେ ପ୍ରଖ୍ୟାତ ବଲିଉଡ ଅଭିନେତା ପୁଣିତ ଇଶାର ଙ୍କୁ ଦର୍ଶକ ଦେଖିବାକୁ ପାଇଥିଲେ ଠିକ ସେହିପରି ଏଥର ଦଶହରା ନାୟିକା ଉର୍ବଶୀଙ୍କୁ ଦେଖିବାକୁ ପାଇବେ l
ଉର୍ବଶୀ ଚୌହାନ ଦକ୍ଷିଣ ଭାରତର ଜଣେ ପ୍ରଖ୍ୟାତ ନୃତ୍ୟ ନିର୍ଦ୍ଦେଶିକା, ଯିଏ ପୁଷ୍ପା ରେ ଆଲୁ ଅର୍ଜୁନଙ୍କୁ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ l ତାସହିତ ଅର୍ଦ୍ଧେନ୍ଦୁଙ୍କ ନାୟିକା ଭାବେ ଚୁଲବୁଲି ସୁପ୍ରିୟା ନଜର ଆସିବେ l ଅର୍ଦ୍ଧେନ୍ଦୁ ଏବଂ ସୁପ୍ରିୟା ଯୋଡିକୁ ବଡ଼ ପରଦାରେ ଦେଖିବାକୁ ଦର୍ଶକଙ୍କର ଆବେଗ ରହିଛି l ଫିଲ୍ମ ରିଲିଜ୍ ପୂର୍ବରୁ ମୁକ୍ତିଲାଭ କରିଥିବା ‘ଯନ୍ତାଳ’ ଗୀତକୁ ଦର୍ଶକ ଢେର ଭଲ ପାଇବା ଦେଉଛନ୍ତି l













Leave a Reply