ଆଜି କଳିଙ୍ଗନଗର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ବ୍ୟୁରୋ ରିପୋର୍ଟ , ୧୪/୧୦: ଆଜି କଳିଙ୍ଗନଗର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଯାଜପୁର ଜିଲ୍ଲା କଳିଙ୍ଗନଗରରେ ୩୯,୩୮୩ କୋଟି ଟଙ୍କାର ୪୬ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ। ଏହି ପ୍ରକଳ୍ପରୁ ୪୨,୫୧୨ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ରାଜ୍ୟର ୧୪ଟି ଜିଲ୍ଲା – ଅନୁଗୁଳ, ବରଗଡ଼, ବାଲେଶ୍ୱର, ବୌଦ୍ଧ, କଟକ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ପୁରୀ, ସମ୍ବଲପୁର, ସୁନ୍ଦରଗଡ଼ରେ ଏହି ପ୍ରକଳ୍ପ ହେବ। ଇସ୍ପାତ, କେମିକାଲ, ଖାଦ୍ୟ ପ୍ରକ୍ରିୟାକରଣ, ଟେକ୍ସଟାଇଲ, ଆଇଟି, ଲଜିଷ୍ଟିକ୍ସ ଭଳି କ୍ଷେତ୍ରରେ ନିବେଶ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶିଳ୍ପପତିଙ୍କ ସହ ରାଉଣ୍ଡ ଟେବୁଲ ବୈଠକ କରିବେ। ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଓ ମୁଖ୍ୟ ଶାସନ ସଚିବ ଉପସ୍ଥିତ ରହିବେ।

ସୂଚନାନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟରେ ଏ ପର୍ଯ୍ୟନ୍ତ ୧୧୬ଟି ପ୍ରକଳ୍ପର ଭୂମି ପୂଜା ଏବଂ ୩୫ଟି ପ୍ରକଳ୍ପର ଉଦଘାଟନ ସହ ମୋଟ ୧୫୧ଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି।ଓଡ଼ିଶାର ଯୁବକ ମାନଙ୍କ ଭବିଷ୍ୟତ ଓ ସମୃଦ୍ଧ ଓଡ଼ିଶାର ନୂଆ ଠିକଣା ହେବ। ଇସ୍ପାତ, ଫେରୋଆଲଏଜ୍‌, ଇସ୍ପାତ ଡାଉନଷ୍ଟ୍ରିମ୍‌, କେମିକାଲ୍‌, ପେଟ୍ରୋକେମିକାଲ୍‌, ପ୍ଲାଷ୍ଟିକ୍‌, ଆଇଟି ଓ ଇଏସ୍‌ଡିଏମ୍‌ ଏବଂ କୃଷିଜାତ ଦ୍ରବ୍ୟ ପ୍ରକ୍ରିୟାକରଣ ଭଳି ବିଭିନ୍ନ କ୍ଷେତ୍ରରେ ପ୍ରକଳ୍ପ ଗୁଡ଼ିକର ଗ୍ରାଉଣ୍ଡ ବ୍ରେକିଂ କରାଯିବ ବୋଲି ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ।

Leave a Reply

Your email address will not be published. Required fields are marked *