ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ତୀବ୍ର ଭର୍ତ୍ସନା : ଆପଣଙ୍କ ସ୍ଥାନ ଜେଲରେ

ଭୁବନେଶ୍ୱର/ନୂଆଦିଲ୍ଲୀ, ୬/୧୦: ଅଭିନେତା ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟ ତୀବ୍ର ଭର୍ତ୍ସନା କରିଛନ୍ତି। ବିଚାରପତି ଜୟମାଲ୍ୟ ବାଗଚୀ ଅଭିନେତାଙ୍କ ଉପରେ କ୍ଷୁବ୍ଧ ପ୍ରକାଶ କରିବା ସହ ଅହଂକାରୀଙ୍କୁ ଉଚିତ ସ୍ଥାନ ଦେଖାଇବାକୁ ହେବ ବୋଲି ମତପ୍ରକାଶ କରିଛନ୍ତି | କେବେ ମୁହଁ ଖୋଲିବା ଉଚିତ ଆପଣ ତାହା ଜାଣିବା ଦରକାର। ଆପଣଙ୍କ ସ୍ଥାନ ହିଁ ଜେଲରେ ବୋଲି କହିଛନ୍ତି |

ସୂଚନାଯୋଗ୍ୟ, ଚେକ୍ ବାଉନସ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ କୋର୍ଟଙ୍କ ନିର୍ଦେଶ ସତ୍ତ୍ବେ ୫ କୋଟି ଟଙ୍କା ଜମା ନ କରିବାରୁ ସୁପ୍ରିମକୋର୍ଟ ତାଙ୍କ ଉପରେ କ୍ଷୁବ୍ଧ ପ୍ରକାଶ କରିଛନ୍ତି |

ସୁପ୍ରିମକୋର୍ଟ ରାଜପାଲଙ୍କୁ ଆଉ ଥରେ ଶେଷ ସୁଯୋଗ ଦେବା ସହ ୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏହା ପୂର୍ବରୁ ଗତ ୧୫ ତାରିଖରେ କୋର୍ଟ ତାଙ୍କୁ ଶେଷ ସୁଯୋଗ ଦେଇଥିଲେ। ଅକ୍ଟୋବର ୫ ସୁଦ୍ଧା ଟଙ୍କା ଜମା କରିବାକୁ କହିଥିଲେ।

ଶୁଣାଣି ସମୟରେ ରାଜପାଲଙ୍କ ଓକିଲ ୫୦ ଲକ୍ଷ ଟଙ୍କାର ଡିମାଣ୍ଡ ଡ୍ରାଫ୍ଟର ନକଲ ସୁପ୍ରିମକୋର୍ଟଙ୍କୁ ଦେଖାଇ ଥିଲେ। ଏହି ଡ୍ରାଫ୍ଟ ମଙ୍ଗଳବାର ସୁଦ୍ଧା ଦିଲ୍ଲୀରେ ପହଞ୍ଚିବ। ଏହାକୁ ନେଇ ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟ କାନ୍ତ କହିଥିଲେ ଯେ ୫୦ ଲକ୍ଷ ଟଙ୍କା କ’ଣ? ଏହା ଅସଲି ତ?ରାଜପାଲଙ୍କୁ ୫ କୋଟି ଟଙ୍କା ଜମା କରିବାକୁ କୁହାଯାଇଥିଲା। ମାତ୍ର ସେ ଏପରି କରିନାହାନ୍ତି। ଅଭିଯୋଗକାରୀଙ୍କ ଓକିଲ ରାଜପାଲଙ୍କ ଉପରେ ପ୍ରଶ୍ନ ଉଠାଇ କହିଥିଲେ ଯେ ଅଭିନେତା କୋର୍ଟରେ ବି ଅଭିନୟ କରୁଛନ୍ତି। ସେ କୋର୍ଟଙ୍କୁ ବି ସମ୍ମାନ ଦେଉନାହାନ୍ତି। ଅଭିନେତାଙ୍କୁ ଦୁଇ ସପ୍ତାହ ସମୟ ଦିଆଯାଇଥିଲା। ଏବେ ତାହା ସରିଗଲାଣି।

୨୦୧୦ରେ ନିଜ ଫିଲ୍ମ ‘ଅଟା ପଟା ଲାପାଟା’ ପାଇଁ ୫ କୋଟି ଋଣ ନେଇଥିଲେ, ଚେକ୍ ବାଉନ୍ସ ହୋଇଥିଲା। ସୁଧ ସହ ଏବେ ପ୍ରାୟ ୧୧ କୋଟି ବାକି।

 

Leave a Reply

Your email address will not be published. Required fields are marked *