ସ୍ମୃତି ମାନ୍ଧାନା ଭାରତୀୟ ମହିଳା ଦଳର ନୂତନ ଅଧିନାୟିକା

ଭୁବନେଶ୍ୱର/ ନୂଆଦିଲ୍ଲୀ, ୭/୧୦: ସ୍ମୃତି ମାନ୍ଧାନା ହେଲେ ଭାରତୀୟ ମହିଳା କ୍ରିକେଟ୍‌ ଦଳର ନୂତନ ଅଧିନାୟିକା। ଏନେଇ ବିସିସିଆଇ (BCCI) ପକ୍ଷରୁ ଘୋଷଣା କରାଯାଇଛି । ପୂର୍ବରୁ ଅନ୍ତର୍ଜାତୀୟ ସ୍ତରରେ ସେ ୧୮ଟି ଟି-୨୦ ଏବଂ ୪ଟି ଦିନିକିଆ ମ୍ୟାଚ୍‌ରେ ଭାରତର କାମଚଳା ଅଧିନାୟିକା ଭାବେ ଦାୟିତ୍ୱରେ ଥିବା ବେଳେ ଏବେ ତାଙ୍କୁ ପୂର୍ଣ୍ଣକାଳୀନ ଦାୟିତ୍ୱ ପ୍ରଦାନ କରାଯାଇଛି ।

ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଅଧିନାୟିକା ଭାବେ ସେ ଦଳକୁ ୨୦୨୪ ଏବଂ ୨୦୨୬ରେ ଐତିହାସିକ ଟାଇଟଲ୍ ଜିତାଇ ଚାମ୍ପିଅନ୍ କରାଇଛନ୍ତି ।

ନିଜର ଏହି ନୂଆ ଦାୟିତ୍ୱ ପରେ ମାନ୍ଧାନା କହିଛନ୍ତି ଯେ, ଭାରତୀୟ ଦଳର ନେତୃତ୍ୱ ନେବା ତାଙ୍କ ପାଇଁ ଏକ ବଡ଼ ସମ୍ମାନ । ସେ ବିସିସିଆଇ, ସାଥୀ ଖେଳାଳି ଏବଂ ପୂର୍ବତନ ଅଧିନାୟିକା ହରମନପ୍ରୀତଙ୍କୁ କୃତଜ୍ଞତା ଜଣାଇବା ସହ ଭାରତୀୟ କ୍ରିକେଟ୍‌କୁ ଆଗକୁ ନେବାକୁ ସର୍ବଶ୍ରେଷ୍ଠ ଯୋଗଦାନ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଅନ୍ୟପଟେ, ପୂର୍ବତନ ଅଧିନାୟିକା ହରମନପ୍ରୀତ କୌରଙ୍କ ସଫଳ ନେତୃତ୍ୱ ଯୁଗର ପରିସମାପ୍ତି ଘଟିଛି ।

Leave a Reply

Your email address will not be published. Required fields are marked *