ଭୁବନେଶ୍ୱର, ୮/୯ : ହେଭେନ୍ସ ଗ୍ରୁପ ଟ୍ରଷ୍ଟ ଆନୁକୂଲ୍ୟରେ ଶିବବ୍ରତ ଦାଶ ଓ ନାରୟଣ ପ୍ରସାଦ ସିଂ ସ୍ମୁତି ଉଦ୍ଦେଶ୍ୟରେ ଏକ ନିଆରା ସଂଗୀତ କାର୍ଯ୍ୟକ୍ରମ ଜୟଦେବ ଭବନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସଂଗୀତ ଆସରରେ ଲୋକପ୍ରିୟ କଣ୍ଠଶିଳ୍ପୀ ମହାପ୍ରସାଦ କର, ହରପ୍ରିୟା ସ୍ୱାଇଁ, ଆଦ୍ୟାଶା ଦାସ, ଆହୂତି ମିଶ୍ର, ଅଶ୍ୱିନୀ ମହାନ୍ତି, ସୁଶାନ୍ତ ପଣ୍ଡା, ସୀମା ମହାନ୍ତି, ଶ୍ରୀନିବାସ ରାଓ, ପ୍ରଣବଜ୍ୟୋତି ନାଥ, ସୁଶ୍ରୀ ଶିଵାଙ୍ଗି ପାଣିଗ୍ରାହୀ, ଅନ୍ନବ ପଣ୍ଡା, କୌଶିକ ପଟ୍ଟନାୟକ, ଶ୍ୱେତ ପଦ୍ମା ନାୟକ, ବବିତା ପଟ୍ଟନାୟକ, ସଂଗୀତ ପରିବେଷଣ କରିଥିଲେ ।
ଶିବବ୍ରତ ଦାଶ ଓ ନାରୟଣ ପ୍ରସାଦ ସିଂ ରଚିତ ଚିର ସବୁଜ ଗୀତ ସୀମା ହିନ ଦରିଆ, ପୁରିଲା ଆଶା ମୋର, ମନର ମଣିଷ ଯଦି, ଏ ମଧୁ ଫଗୁଣ, ମୋହନ ହେ ମୋହନ, ମନେ ମନେ ଭାବୁ ତୁ ଭାରି ସୁନ୍ଦର, ନଯା ରାଧିକା, ହେ ଫଗୁଣ କାନ୍ଦନାରେ, ନାଚ ନାଚ ସଜନୀ ନାଚରେ, ମେଘ ବରଷିଲା ଟୁପୁରୁ ଟୁପୁରୁ, ଜୋଛନା ଲୁଚନା, ହାଏରେ ମୋତେ କାଳିଆ ନାଗ, ଆହା କୁହନା, ପରିବେଷଣ କରି ଶ୍ରୋତାମାନଙ୍କୁ ବିମୋହିତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇଥିଲେ ବରିଷ୍ଠ ସାମ୍ବାଦିକ ପ୍ରଭୁ କଲ୍ୟାଣ ମହାପାତ୍ର, ପୂର୍ବତନ ବରିଷ୍ଠ ପୋଲିସ ଆରକ୍ଷୀ ଅଧିକାରୀ ଲଳିତ ଦାସ, ଆଇଆଇଟିଟିଏମ ପ୍ରଫେସର ଟ୍ରଷ୍ଟି ଆଦ୍ୟାଶା ଦାସ, ଟ୍ରଷ୍ଟି ଚିତ ରଞ୍ଜନବେହେରା, ଶିବନାରୟଣ ପଟ୍ଟନାୟକ, ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ. ଅନୁସୟା ସାହୁ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଟ୍ରଷ୍ଟିର ଅଧ୍ୟକ୍ଷ ସୁଶାନ୍ତ ପଣ୍ଡା ।













Leave a Reply