ଭୁବନେଶ୍ୱର, ୨୯/୯: ଆସନ୍ତା ଅକ୍ଟୋବର ୧ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ବ୍ୟାପକ ‘ସେବା ସେତୁ’ ଅଭିଯାନ। ସରକାରୀ ସେବା ଓ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ସାଧାରଣ ନାଗରିକଙ୍କ ନିକଟତର କରିବା ଉଦେଶ୍ୟରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଯୋଗ୍ୟ ହିତାଧିକାରୀମାନଙ୍କୁ ସହଜ, ସରଳ ଏବଂ ତ୍ୱରିତ ଭାବେ କିପରି ସରକାରୀ ସୁବିଧା ଯୋଗାଇ ଦିଆଯିବ ଏହି ଅଭିଯାନର ମୂଳ ଉଦେଶ୍ୟ |ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଚାଲୁଥିବା ‘ସେବା ସଂକଳ୍ପ’ ଅଭିଯାନର ଅଂଶବିଶେଷ |
ଗୋଟିଏ ଛାତ ତଳେ କିପରି ସାଧାରଣ ଲୋକ ସମସ୍ତ ସରକାରୀ ସେବା ପାଇବେ ଏହି ଅଭିଯାନ ର ମୂଳ ଲକ୍ଷ୍ୟ |ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀ ଓ ବ୍ଲକ ସ୍ତରରେ ‘ସେବା ସେତୁ’ ଶିବିର ପରିଚାଳିତ ହେବ। ଏହି କ୍ୟାମ୍ପଗୁଡ଼ିକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସୂଚନା ଦିଆଯିବା ସହ ସ୍ଥାନପ୍ରାପ୍ତ ନାଗରିକଙ୍କ ପଞ୍ଜୀକରଣ, ଆବେଦନ ଓ ଆବଶ୍ୟକୀୟ ନଥିପତ୍ର ଯାଞ୍ଚ ସ୍ପଟରେ ହିଁ ସମ୍ପାଦନ କରାଯିବ। ଫଳରେ ଯୋଗ୍ୟ ଲୋକଙ୍କୁ ଯୋଜନାର ଲାଭ ପାଇବା ପାଇଁ ଆଉ ସରକାରୀ କାର୍ଯ୍ୟାଳୟକୁ ବାରମ୍ବାର ଚକ୍କର କାଟିବାକୁ ପଡ଼ିବ ନାହିଁ। ପ୍ରତ୍ୟେକ ବ୍ଲକରେ ‘ସେବା ସେତୁ କେନ୍ଦ୍ର’ ସୁଚାରୁ ପରିଚାଳନା ପାଇଁ ପ୍ରତ୍ୟେକ ବ୍ଲକ ଓ ନିର୍ବାଚନମଣ୍ଡଳୀରେ ସ୍ୱତନ୍ତ୍ର ‘ସେବା ସେତୁ କେନ୍ଦ୍ର’ ସ୍ଥାପନ କରାଯାଉଛି।
କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିବା ପାଇଁ ନୋଡାଲ ଅଫିସର ନିଯୁକ୍ତି, ହିତାଧିକାରୀଙ୍କ ଡାଟାବେସ୍ ପ୍ରସ୍ତୁତି ଏବଂ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇଛି। ସେବାରୁ ସମୃଦ୍ଧି ଓ ବିକଶିତ ଓଡ଼ିଶା ମନ୍ତ୍ରୀ ଡଃ ମହାପାତ୍ର ପ୍ରେସ ବାର୍ତ୍ତାରେ କହିଛନ୍ତି, “ସରକାରୀ ଯୋଜନାର ସୁଫଳ ଯେପରି ସମାଜର ଶେଷ ସୀମାନ୍ତରେ ଥିବା ବ୍ୟକ୍ତି ପାଖରେ ପହଞ୍ଚିପାରିବ, ସେଥିପାଇଁ ଆମେ ପ୍ରତିଶ୍ରୁତିବଦ୍ଧ।













Leave a Reply