ଭୁବନେଶ୍ୱର/ ବ୍ୟୁରୋ ରିପୋର୍ଟ, ୧୩/୧୦: ଲାଞ୍ଚ ନେବା ବେଳେ ଧରା ପଡ଼ିଲେ ଆରଆଇ । ଘରବାରି ପଟ୍ଟା କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ବଲାଙ୍ଗିର ଜିଲ୍ଲା ସଇଁତଳା ରାଜସ୍ୱ ନିରୀକ୍ଷକ ଆଲାନ ବେହେରା । ସେ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।ଅଭିଯୋଗକାରୀ ସେପ୍ଟେମ୍ବର ୭ରେ ଅନଲାଇନରେ ଚାଷ ଜମିକୁ ଘରବାରିରେ ପରିବର୍ତନ ପାଇଁ ଆବେଦନ କରିଥିଲେ। ଫାଇଲ୍ ପ୍ରୋସେସିଂ କରିବାକୁ ଆରଆଇ ଲାଞ୍ଚ ମାଗିଥିଲେ।ଫିଲ୍ଡ ରିପୋର୍ଟ ପଠାଇବାକୁ ଆରଆଇ ପ୍ରଥମେ ୬ ହଜାର ଟଙ୍କା ମାଗିଥିଲେ, ପରେ ୩ ହଜାରରେ ରାଜି ହୋଇଥିଲେ।
ଏ ନେଇ ଆବେଦନକାରୀ ଭିଜିଲାନ୍ସରେ ଜଣାଇଥିଲେ। ଯୋଜନା ମୁତାବକ ଆରଆଇ ଜଣକ ୩ ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ ଟିମ୍ ମାଡି ବସିଥିଲେ। ଆରଆଇ ଆଲାନଙ୍କ ଠାରୁ ୩ ହଜାର ଟଙ୍କା ଭିଜିଲାନ୍ସ ଟିମ୍ ଜବତ କରିଥିଲେ। ଆଲାନ ବେହେରାଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିବା ପାଇଁ ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କ ଘର ଓ ଅଫିସରେ ଭିଜିଲାନ୍ସ ଟିମ୍ ଚଢାଉ କରିଛନ୍ତି।













Leave a Reply