ଭୁବନେଶ୍ୱର/ନୂଆଦିଲ୍ଲୀ, ୧୦/୧୦: ବଙ୍ଗୋପସାଗରରେ ପୁଣି ଲଘୁଚାପ । ଆସନ୍ତା ୧୩ ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ଏନେଇ ପୂର୍ବାନୁମାନ କରିଛି ।
ଆସନ୍ତାକାଲି ଆଣ୍ଡାମାନ ସାଗର ଉପରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଉଭୟ ଘୂର୍ଣ୍ଣିବଳୟ ମିଶିବା ପରେ ୧୩ ଅକ୍ଟୋବର ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଲଘୁଚାପ ସୃଷ୍ଟି ହେବା ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିପାରେ । ତେବେ ପରବର୍ତ୍ତୀ ସମୟରେ ଏହା ଅବପାତ କିମ୍ବା ଗଭୀର ଅବପାତର ରୂପ ନେବ କି ନାହିଁ, ସେନେଇ ଏବେଠାରୁ ନିଶ୍ଚିତ ଭାବେ କହିହେବ ନାହିଁ । କେଉଁ ଦିଗକୁ ଗତି କରିବ ସେ ନେଇ ମଧ୍ୟ କିଛି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନି । ତେବେ ବିଭିନ୍ନ ପାଣିପାଗ ମଡେଲ ଏହାକୁ ନେଇ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି ।
ପୂଜା ପୂର୍ବରୁ ପାଣିପାଗରେ ବଡ ପରିବର୍ତନ। ଆସନ୍ତା ଅକ୍ଟୋବର ୧୩ରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା |
ବର୍ତମାନ ଥାଇଲ୍ୟାଣ୍ଡ ଉପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ଅଛି (୭.୬ କିମି ଉପର ଯାଏ)। ଏହା ୧୧ ତାରିଖରେ ଆଣ୍ଡାମାନ ସାଗରରେ ପ୍ରବେଶ କରିବ। ଏହା ପ୍ରଭାବରେ ୧୩ ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ।ଏହା ପରେ ଆହୁରି ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗରେ ତାମିଲନାଡୁ-ଆନ୍ଧ୍ର ଉପକୂଳ ଆଡ଼କୁ ଗତି କରିବ। ୧୫ ତାରିଖ ବେଳକୁ ଅବପାତରେ ପରିଣତ ହେବାର କ୍ଷୀଣ ସମ୍ଭାବନା।
ଭୁବନେଶ୍ୱର ଆଞ୍ଚଳିକ ନିର୍ଦେଶକ ମନୋରମା ମହାନ୍ତି କହିଛନ୍ତି – ୧୪-୧୫ରୁ ଉପକୂଳରେ ହାଲୁକା ବର୍ଷା ହୋଇପାରେ। କିନ୍ତୁ ଦୁର୍ଗାପୂଜାର ମୁଖ୍ୟ ୫ ଦିନ (୧୬-୨୧) ଶୁଖିଲା ରହିବ। ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଗଡ଼, ଝାରସୁଗୁଡ଼ାରୁ ଫେରୁଛି, ୧୫ ତାରିଖ ଯାଏ ସମ୍ପୂର୍ଣ୍ଣ ଫେରିଯିବ।













Leave a Reply