ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି: ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକପତ୍ର ଦେଲେ ବିରୋଧୀ ପ୍ରତିନିଧିମଣ୍ଡଳୀ

ଭୁବନେଶ୍ୱର/ନୂଆଦିଲ୍ଲୀ, ୧୦/୧୦: ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଜୋର ଧରିଛି | ଏନେଇ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଥିବା ବେଳେ, ଏହି କ୍ରମରେ ‘ଇଣ୍ଡିଆ’ ମେଣ୍ଟର ଏମ୍‌ପିମାନେ ସଂସଦ ଭବନର ସେଣ୍ଟ୍ରାଲ ହଲରୁ ବିଜୟ ଚୌକ ପର୍ଯ୍ୟନ୍ତ ଏକ ପଦଯାତ୍ରା କରିଥିଲେ। ଏହାପରେ ବିରୋଧୀ ଦଳଗୁଡ଼ିକର ଏକ ପ୍ରତିନିଧିମଣ୍ଡଳୀ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଗତକାଲି ସନ୍ଧ୍ୟାରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ୧୫୦ ସାଂସଦ ସଂସଦରୁ ରାଷ୍ଟ୍ରପତି ଭବନ ଯାଏ ପଦଯାତ୍ରା କଲେ। ୧୦ ଜଣିଆ ଟିମ୍ ଭେଟି ୪ ଦଫା ସ୍ମାରକପତ୍ର ଦେଲେ।

୪ ଦଫା ଦାବି:

1. CEC ଜ୍ଞାନେଶ କୁମାର ଇସ୍ତଫା ଓ ୨୦୨୩ ଆଇନ (ଜୀବନବ୍ୟାପୀ ଇମ୍ୟୁନିଟି) ପ୍ରତ୍ୟାହାର
2.SIR ତୁରନ୍ତ ବନ୍ଦ, ୧୩.୩ କୋଟି କଟା ଭୋଟରଙ୍କୁ ଯୋଡ
3. ପୁଣି ବାଲଟ ପେପରରେ ନିର୍ବାଚନ
4. ଗତ ୨ ବର୍ଷର ବିଧାନସଭା ନିର୍ବାଚନ ବାତିଲ

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଏହି ପ୍ରତିନିଧିମଣ୍ଡଳୀ ରାଷ୍ଟ୍ରପତିଙ୍କୁ ମୁଖ୍ୟ ନିର୍ବାଚନ କମିଶନରଙ୍କ ବିରୋଧରେ ଦାବିପତ୍ର ଦେଇଛନ୍ତି । ରାଷ୍ଟ୍ରପତିଙ୍କୁ ଭେଟିବା ପରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, “ରାଷ୍ଟ୍ରପତିଙ୍କ ସହ ଆମର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଯେତେବେଳେ ଆମେ ରାଷ୍ଟ୍ରପତିଙ୍କୁ ‘ଭୋଟ ଚୋରି’ ବିଷୟରେ ଜଣାଇଲୁ, ସେ ଏହାକୁ ମନା କରି ନ ଥିଲେ । ବରଂ ସେ ଆମକୁ ଏହାର ପ୍ରମାଣ ଉପସ୍ଥାପନ କରିବାକୁ କହିଛନ୍ତି । ନିର୍ବାଚନକୁ କିଭଳି ଭାବେ ଚୋରି କରାଯାଇଛି, ତାହାର ପ୍ରମାଣ ଆମ ପାଖରେ ଅଛି । ସାରା ଦେଶ ମଧ୍ୟ ଏହାକୁ ଦେଖିଛି ।’

ସୋମବାର CJIଙ୍କୁ ଭେଟିବେ।

Leave a Reply

Your email address will not be published. Required fields are marked *