ମନ ଜିଣୁଛି ‘AWM’ର ଟ୍ରେଲର ; ଭିନ୍ନ ଚରିତ୍ରରେ ନଜର ଆସିଲେ ମନୋଜ ମିଶ୍ର

ଭୁବନେଶ୍ବର,୧୧/୧୦ : ସାମ୍ନାକୁ ଆସିଛି ବହୁ ପ୍ରତିକ୍ଷୀତ ଓଡ଼ିଆ ଚଳଚ୍ଚିତ୍ର ‘ଏଡବ୍ଲ୍ୟୁଏମ୍ : ଆଗ୍ନେୟ ୱେଡସ ମାନଲ୍’ର ଟ୍ରେଲର । ଯାହାକୁ ଦର୍ଶକ ବହୁ ଉତ୍ସାହର ସହ ଅପେକ୍ଷା କରିଥିଲେ । ଏଥିରେ ସମ୍ପୂର୍ଣ୍ଣ ନୂତନ ଚରିତ୍ରରେ ନଜର ଆସୁଛନ୍ତି ମନୋଜ ମିଶ୍ର। ତାଙ୍କର ଫ୍ୟାନ୍ସମାନେ ତାଙ୍କର ଏଭଳି ନୂଆ ଚରିତ୍ରକୁ ବହୁ ପସନ୍ଦ କରିଛନ୍ତି । ଶାରୀରିକ ଅକ୍ଷମତାକୁ ଦେଖିବାର ଏକ ଭିନ୍ନ ଦୃଷ୍ଟିକୋଣ ଏବଂ ସମାଜରେ ଏହାର ଭାବପ୍ରବଣ ଯାତ୍ରାକୁ ଏଥିରେ ଅତି ସୁନ୍ଦର ଭାବେ ଚିତ୍ରିତ କରାଯାଇଛି ।

ଅଭିନୟରେ ମନୋଜ ମିଶ୍ର ଥିବାବେଳେ ତାଙ୍କ ସହ ନାୟିକା ଅଛନ୍ତି ଅର୍ଲିନ୍ ଅଙ୍କିତା । ଅନ୍ୟ ଭୂମିକାରେ ଉଷସୀ ମିଶ୍ର, ଶକ୍ତି ବରାଳ, ସଞ୍ଜୟ ମହାପାତ୍ର, ଆକାଶ ଓ ପି. ସୀମାଙ୍କ ଭଳି ଅଭିଜ୍ଞ କଳାକାର ଅଛନ୍ତି । ନିର୍ଦ୍ଦେଶନାରେ ରିଷଭ ଅଗ୍ରୱାଲ ଥିବାବେଳେ କାହାଣୀ ରଚନା କରିଛନ୍ତି ନାରାୟଣ ରାଉତ, ମନୋଜ ମିଶ୍ର ଓ ରିଷଭ ଅଗ୍ରୱାଲ । ସଙ୍ଗୀତ ଦେଇଛନ୍ତି ଅକ୍ଷୟ ବୈରାଗୀ । ପ୍ରଯୋଜନାରେ ଅଛନ୍ତି ମନୋଜ ମିଶ୍ର, ମମତା ନନ୍ଦ, ଜଗନ ମହାନ୍ତ, ରିଷଭ ଅଗ୍ରୱାଲ ଓ ପ୍ରଶାନ୍ତ ବେହେରା। ଏହି ଚଳଚ୍ଚିତ୍ରଟି ଚଳିତ ଦଶହରାରେ ପ୍ରେକ୍ଷାଳୟକୁ ଆସିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି ।

<iframe width=”560″ height=”315″ src=”https://www.youtube.com/embed/–9M3c5QsCw?si=SlPA0yu5dmip_5xP” title=”YouTube video player” frameborder=”0″ allow=”accelerometer; autoplay; clipboard-write; encrypted-media; gyroscope; picture-in-picture; web-share” referrerpolicy=”strict-origin-when-cross-origin” allowfullscreen></iframe>

 

 

Leave a Reply

Your email address will not be published. Required fields are marked *