ଭୁବନେଶ୍ବର,୧୦/୧୦ : ‘ଓଡ଼ିଶା ଅପଡେଟ’ର ଦ୍ବିତୀୟ ସ୍ବନକ୍ଷେତ୍ର ଦିବସ ପାଳିତ ହୋଇଯାଇଛି । ଶୁକ୍ରବାର ରାଜଧାନୀର ଏକ ତାରକା ହୋଟେଲରେ ଏହି ଉତ୍ସବ ପାଳିତ ହୋଇଛି । ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ ପରେ ‘ଓଡ଼ିଶା ଅପଡେଟ’ର ସମ୍ପାଦକ ଟିକାୟତ ନାୟକ ସମ୍ପାଦକୀୟ ପାଠ କରିଥିଲେ ।

ମୁଖ୍ୟ ଅତିଥି ଭାବେ ରାଜ୍ୟର ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡ଼ାଇ ଯୋଗ ଦେଇଥିବାବେଳେ ସମ୍ନାତୀତ ଅତିଥି ଭାବେ ସମାଜସେବୀ ତଥା ମହିଳା ଉଦ୍ୟୋଗୀ ଦେବସ୍ମିତା ମହାନ୍ତି , ଓଡ଼ିଆ ସିନେମା ପ୍ରଯୋଜକ ଅତୀଶ କୁମାର ରାଉତ, ରାଜ୍ୟ ମହିଳା କଂଗ୍ରେସର ମିଡ଼ିଆ ଅଧ୍ୟକ୍ଷା ଜୟସ୍ମିତା ମହାନ୍ତି ଯୋଗଦେଇଥିଲେ । ଆଲୋଚନାର ବିଷୟ ଥିଲା The Role of Gen Z in our society ଅର୍ଥାତ୍ ଆମ ସମାଜରେ (Gen Z)ଙ୍କ ଭୂମିକା । ମୁଖ୍ୟ ଅତିଥି ଶ୍ରୀ ଘଡ଼ାଇ ଆଜିର ସମାଜରେ Gen Zଙ୍କ ବହୁ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ । ସେହିଭଳି ଅତିଥିମାନେ କହିଥିଲେ ଆଜିର ଯୁବପିଢୀ ଦେଶର ଆସନ୍ତାକାଲିର ଭବିଷ୍ୟତ । ଏଣୁ ସେମାନେ ପଥଭ୍ରଷ୍ଟ ନ ହୋଇ ଉଚିତ୍ ବାଟରେ ଯିବାକୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ‘ଓଡ଼ିଶା ଅପଡେଟ୍’ପକ୍ଷରୁ ‘ଓଡ଼ିଶା ଅପଡେଟ୍ ଏକ୍ସିଲେନ୍ସ ଆଓ୍ବାର୍ଡ଼‘ ପ୍ରଦାନ କରାଯାଇଥିଲା ।

ପୁରସ୍କୃତ ହୋଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ରହିଛନ୍ତି ଚୌଧୁରୀ ପ୍ରଣବାନନ୍ଦ ଦାସ, ପ୍ରିତମ ପଣ୍ଡା, ବିଜୟରଶ୍ମୀ ତ୍ରିପାଠୀ, ସୁବୀର ନାଥ ସଂହ ଦେଓ, ସତ୍ୟ ସାରଥୀ ମହାନ୍ତି, ସମରେନ୍ଦ୍ର କୁମାର ଦାସ, ପ୍ରାଣରଞ୍ଜନ ବେହେରା, ଶିବରାମ ସାହୁ, ଶଙ୍କରର୍ଷଣ ବେହେରା, ସୁକାନ୍ତ କୁମାର ନାୟକ, ସୁପ୍ରିୟା ରାଉତ, ସୁରଜ ରଥ, ସୁନୀତା ମହାନ୍ତି, ଡ.କିଶୋର ଚନ୍ଦ୍ର ପ୍ରଧାନ, ସୁମିତ୍ରା ପଣ୍ଡା, ଡ.ମୀନା କୁମାରୀ ପ୍ରଧାନ, ଆଶୁତୋଷ ପାଣି, ଦିଲ୍ଲୀପ ଷଡ଼ଙ୍ଗୀ, ସୁମନ ଦାସ, ଶ୍ବେତାଲିନା ସ୍ବାଇଁ, ଭାବଗ୍ରାହୀ ଶାନ୍ତି, ସୁବାଶ ଚନ୍ଦ୍ର ସାହୁ, ଆଦ୍ୟାଶା ପାଣିଗ୍ରାହୀ, ଶୁଭଲକ୍ଷ୍ମୀ ସାହୁ, ବଂଶୀଧର ସାହୁ ।

ଏହି ଅବସରରେ ମିସ୍ ଫାବର ରନର୍ସ ଅପ ଶ୍ରେୟାଂଶି ଭାଗ୍ୟଶ୍ରୀଙ୍କୁ ଉପଢୌକନ ଫୁଲତୋଡ଼ା ସହ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହାପରେ ଏକ ପ୍ୟାନେଲ ଡିସକ୍ସନରେ ବହୁ ବୁଦ୍ଧିଜୀବ ଭାଗ ନେଇ ଏକ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବାସୁଦେବ ନାଥ ସଂଯୋଜନା କରିଥିବାବେଳେ ବରିଷ୍ଠ ସାମ୍ବାଦିକ ସୁରଜ ରଥ, ସାମ୍ବାଦିକ ଦିଲ୍ଲୀପ ଷଡ଼ଙ୍ଗୀ ଏବଂ ସୁମନ ଦାସ ପ୍ରମୁଖ ପରିଚାଳନା କରିଥିଲେ ।














Leave a Reply