ଭୁବନେଶ୍ବର,୧୧/୧୦ : ଅଭିନେତ୍ରୀ ତଥା ରାଜନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ପୁଣି ଏକ ନୂଆ ସିନେମାର ଘୋଷଣା କରିଛନ୍ତି ଶ୍ରୀମୟୀ । ତାଙ୍କର ଆଗାମୀ ଫିଲ୍ମ ‘ପଶାପାଲି’ ରିଲିଜ ହେବାକୁ ପ୍ରସ୍ତୁତ ହେଉଥିବାବେଳେ ଏବେ ‘ଦ ‘ଓଡ଼ିଶା ଫାଇଲସ’– ଷଡ଼ଯନ୍ତ୍ରର କଳା ଅଧ୍ୟାୟ’ ନାମରେ ଏକ ସିନେମା ନେଇ ଆସୁଛନ୍ତି । ଯାହାର ଫାଷ୍ଟ ଲୁକ୍ ସେ ତାଙ୍କ ସୋସିଆଲ ମିଡ଼ିଆ ମାଧ୍ୟମରେ ସେୟାର କରିଛନ୍ତି ।
ସିଦ୍ଧି ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହେବ ଏହି ଚଳଚ୍ଚିତ୍ର । ନିର୍ଦ୍ଦେଶନାରେ ସଞ୍ଜୟ ନାୟକ ଥିବାବେଳେ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଅନ୍ବେଶା ରଥ। ଶ୍ରୀମୟୀଙ୍କୁ ଏକ ରକ୍ତମୁଖା ନାରୀର ଲୁକରେ ଦେଖିବାକୁ ମିଳିଛି । ହାତରେ ଏକ ଧାରୁଆ ଅସ୍ତ୍ର ଧରିଥିବାବେଳେ ବଡ଼ ବଡ଼ ଆଖି କରି ଦେଖୁଥିବା ଫଟୋ ଏବେ ସାମ୍ନାକୁ ଆସିଛି । କାହାଣୀ କ’ଣ ରହିଛି ତାହା ଏବେ ରିଭିଲ୍ ହୋଇନାହିଁ । ଏହାର ଫାଷ୍ଟ ଲୁକରୁ ଯାହା ଜଣାପଡ଼ୁଛି ଏହା ନାରୀ କୈନ୍ଦ୍ରୀକ ଚଳଚ୍ଚିତ୍ର ହୋଇଥିବାବେଳେ ଆକ୍ସନ ଫିଲ୍ମ ବୋଲି ।
ରିଲିଜ୍ ହେବା ପରେ ଜଣାପଡ଼ିବ ଏହାର କାହାଣୀ କ’ଣ ରହିଛି । ତେବେ ଶ୍ରୀମୟୀଙ୍କ ଫ୍ୟାନ୍ସଙ୍କ ପାଇଁ ଏହା ସବୁଠାରୁ ବଡ଼ ଉପହାର କହିଲେ ଅତ୍ୟୁକ୍ତି ହେବ ନାହିଁ । ଆଜି ନବରାତ୍ର ଆରମ୍ଭ ହେଉଥିବାବେଳେ ଶ୍ରୀମୟୀ ତାଙ୍କ ଫ୍ୟାନ୍ସମାନଙ୍କୁ ଏହି ଗିଫ୍ଟ ଦେଇଛନ୍ତି ।













Leave a Reply