ଭୁବନେଶ୍ୱର, ୧୫/୯: ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ମଙ୍ଗଳବାର ଏନେଇ ଏକ ବଡ଼ ସୂଚନା ଦେଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅକ୍ଟୋବରରେ ଓଡ଼ିଶା ଆସିବା ନେଇ ସୂଚନା ଦେଇଛନ୍ତି। ‘ଛାତ୍ରୋଁ କି ଗୁଞ୍ଜ’ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ରାହୁଲ ଓଡ଼ିଶା ଆସିବେ ବୋଲି ଭକ୍ତ କହିଛନ୍ତି।
ରାହୁଲଙ୍କ ସହିତ ଅନ୍ୟ ବରିଷ୍ଠ କଂଗ୍ରେସ ନେତା ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ସେ ସୂଚନା ଦେଇଛନ୍ତି। ପୂର୍ବରୁ BJP ଓଡ଼ିଶାରେ ସରକାର କରିବା ପରେ ୧୧ ଜୁଲାଇ ୨୦୨୫ରେ ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ସମ୍ବିଧାନ ବଞ୍ଚାଅ ସମାବେଶ’ରେ ଯୋଗ ଦେବା ପାଇଁ ରାହୁଲ ଗାନ୍ଧୀ ଆସିଥିଲେ । ତାଙ୍କ ସହ ମଲ୍ଲିକାର୍ଜୁନ ଖର୍ଗେ ଓ କେ.ସି. ବେଣୁଗୋପାଳ ମଧ୍ୟ ଆସିଥିଲେ। ଏହା ପୂର୍ବରୁ ସେ ୨୦୨୪ ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶା ଆସିଥିଲେ।













Leave a Reply