ଖୁଣ୍ଟା, ୩/୭ : ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଓ ଗୋପବନ୍ଧୁ ନଗର ବ୍ଲକ ଠିକାଦାର ସଂଘ ପକ୍ଷରୁ ଖୁଣ୍ଟାଠାରେ ଏକ ଜରୁରୀ ବୈଠକ ସଂଘର ସଭାପତି ପ୍ରଣୟ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ସଂଘର ୫୦ରୁ ଊର୍ଦ୍ଧ୍ବ ଠିକାଦାର ଯୋଗଦେଇଥିଲେ । ବୈଠକରେ ସଂପ୍ରତି ଉନ୍ନତୀମୂଳକ କାର୍ଯ୍ୟର ବ୍ୟବହୃତ ବିଭିନ୍ନ ସାମଗ୍ରୀ ଉପରେ କଟକଣା ଯୋଗୁଁ ଠିକାଦାରମାନେ ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ ।
ସେହିପରି ବର୍ତ୍ତମାନର ଟେଣ୍ଡର ପ୍ରକ୍ରିୟାର ଆବେଦନ ସମୟରେ ମାତ୍ରାଧିକ ଲେସ୍ ଯୋଗୁଁ ଉନ୍ନତିମୂଳକ କାର୍ଯ୍ୟ ଗୁଡ଼ିକ ନିମ୍ନମାନର ହେଉଥିବା ଠିକାଦାରମାନେ ଅଭିଯୋଗ ଆଣିଥିଲେ । ଏଭଳି ସ୍ଥିତିରେ ଅଞ୍ଚଳରେ ବିକାଶ ମୂଳକ କାର୍ଯ୍ୟରେ ଆହ୍ୱାନ ହେବାକୁ ଥିବା ଟେଣ୍ଡର ଗୁଡ଼ିକ ଏଭଳି ମାତ୍ରାଧିକ ଲେସରେ ନ ପକାଇବାକୁ ସର୍ବସମ୍ମତି କ୍ରମେ ଠିକାଦାର ସଂଘ ପକ୍ଷରୁ ନିସ୍ପତ୍ତି ଗ୍ରହଣ କରାଯାଇଥିଲା ।
ଏପରିକି ଖୁଣ୍ଟା ଓ ଗୋପବନ୍ଧୁ ନଗର ବ୍ଲକ ଅଧିନରେ ବିଭିନ୍ନ ବିଭାଗ ପକ୍ଷରୁ ଆହ୍ୱାନ ହେଉଥିବା ଟେଣ୍ଡର ଗୁଡ଼ିକୁ ଅନ୍ୟ ଅଞ୍ଚଳର ଠିକାଦାରମାନେ ମଧ୍ୟ ଏଭଳି ଲେସ୍ ଆମାଉଣ୍ଟରେ ନ ପକାଇବା ପାଇଁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି । ଏଥିରେ ବ୍ୟତିକ୍ରମ ଘଟାଇଲେ ସଂଘ ପକ୍ଷରୁ ସଂପୃକ୍ତ ଠିକାଦାରଙ୍କ ବିରୋଧରେ ସାମୁହିକ ଭାବେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।













Leave a Reply