୨ ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଲେ ରାଷ୍ଟ୍ରପତି

ଭୁବନେଶ୍ବର,୧୯/୬ : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଇରଙ୍ଗପୁର ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରତିକୂଳ ପାଗ ଯୋଗୁଁ ସଡ଼କ ପଥରେ ଆସି ପହଞ୍ଚିଲେ । ପଶ୍ଚିମବଙ୍ଗ କଲାଇକୁଣ୍ଡାରୁ ରାଇରଙ୍ଗପୁର କଡ଼ା ସୁରକ୍ଷା ବଳୟରେ ସ୍ବତନ୍ତ୍ର କାରକେଡ ଯୋଗେ ସଡ଼କ ପଥରେ ଆସିଲେ ରାଷ୍ଟ୍ରପତି । ପ୍ରାୟ ଦୁଇ ଘଣ୍ଟା ବିଳମ୍ବରେ ପହଞ୍ଚିଲେ ମହାମହିମ । ରାଇରଙ୍ଗପୁର ସ୍ଥିତ ହୋଲିଡେ ହୋମରେ କିଛି ସମୟ ବିଶ୍ରାମ ପରେ ଏମ୍ସର ସ୍ବତନ୍ତ୍ର ସ୍ବାସ୍ଥ୍ୟ ଶିବିରରେ ମହାମହିମ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଆସନ୍ତାକାଲି ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୟୂରଭଞ୍ଜରେ ଦୁଇ ପ୍ରମୁଖ ବ୍ୟକ୍ତିତ୍ୱଙ୍କ ମେଗା କାର୍ଯ୍ୟକ୍ରମ ସହ ରାଜ୍ୟ ପାଇଁ ଏକାଧିକ ପ୍ରକଳ୍ପର ଭେଟି କାର୍ଯ୍ୟକ୍ରମ ରହିଛି । ମୟୂରଭଞ୍ଜ ଜିଲ୍ଲା ପାହାଡପୁର ଗସ୍ତ କରିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ୪୭,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ହେବ ଉଦଘାଟନ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ ।

 

Leave a Reply

Your email address will not be published. Required fields are marked *