ଭୁବନେଶ୍ୱର, ୭/୧୦: MMDR ସଂଶୋଧନ ଆଇନ ୨୦୨୬ ପ୍ରତ୍ୟାହାର ଦାବିରେ ଆସନ୍ତାକାଲି ଅକ୍ଟୋବର ୮ରେ ଓଡ଼ିଶା ବନ୍ଦ ରହିବ। କଂଗ୍ରେସ ଡାକରା ଦେଇଥିବା ରାଜ୍ୟବ୍ୟାପୀ ବନ୍ଦକୁ INDIA ମେଣ୍ଟ ସମେତ ବିଜେଡି ସମର୍ଥନ ଜଣାଇଛି। ସେପ୍ଟେମ୍ବର ୨୯ରେ PCC ସଭାପତି ଭକ୍ତ ଚରଣ ଦାସ ବନ୍ଦ ଘୋଷଣା କରିଥିଲେ। ନବୀନ ନିବାସରେ ଅନୁଷ୍ଠିତ ଏକ ବୈଠକରୁ ଫେରିବା ପରେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହି ସୂଚନା ଦେଇଛନ୍ତି।
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା, ଏମଏମଡିଆର ବିଲ୍ ପ୍ରତ୍ୟାହାର ଏବଂ ପାଠ୍ୟପୁସ୍ତକରେ ହୋଇଥିବା ଭୁଲ୍ ତ୍ରୁଟିକୁ ନେଇ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଂଗ୍ରେସ ଏବଂ ଅନ୍ୟାନ୍ୟ ବିରୋଧୀ ଦଳଗୁଡ଼ିକ ଏହି ବନ୍ଦ ଡାକରା ଦେଇଛନ୍ତି।ସିପିଆଇ (CPI), ସିପିଆଇ(ଏମ୍), ଏନ୍ସିପି (NCP), ସମାଜବାଦୀ ପାର୍ଟି, ଆରଜେଡି ଏବଂ ଜେଏମଏମ (JMM) ଭଳି ଅନେକ ଦଳ ଏହି ବନ୍ଦକୁ ସମର୍ଥନ କରିଛନ୍ତି।
ବନ୍ଦ ସମୟରେ ଟ୍ରକ୍, ବସ, ଅଟୋ ରିକ୍ସା ଏବଂ ରେଳ ସେବା ପ୍ରଭାବିତ ହେବାର ସମ୍ଭାବନା ରହିଛି। ତେବେ ସାଧାରଣ ଜନସାଧାରଣଙ୍କ ସୁବିଧା ପାଇଁ ମେଡିକାଲ, ଆମ୍ବୁଲାନ୍ସ, ଅଗ୍ନିଶମ ସେବା ଏବଂ ଔଷଧ ଦୋକାନ ଆଦି ଜରୁରୀକାଳୀନ ସେବାକୁ ବନ୍ଦର କ୍ଷେତ୍ରରୁ ବାହାରେ ରଖାଯାଇଛି।












Leave a Reply