ଭୁବନେଶ୍ବର,୨୪/୬ : ପୁଣି ଶ୍ରୀମୟୀଙ୍କ ତେର୍ଚ୍ଛା ବାଣ । ତାମିଲ୍ ବୋହୂ କହି କଲେ ଟାର୍ଗେଟ । ସେ ତାଙ୍କ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, ୨୦୨୩ କାର୍ତ୍ତିକ ପୂର୍ଣ୍ଣିମାରେ ସରକାର କ୍ଷମତାରୁ ଯିବାର ମୂଳଦୁଆ ପଡ଼ିଥିଲା। ଆସନ୍ତାକାଲି ନିର୍ଜଳା ଏକାଦଶୀରେ ଦଳ ନିଶ୍ଚିହ୍ନ ହେବାର ମୂଳଦୁଆ ପଡ଼ିବାକୁ ଯାଉଛି। ୨୦୨୫ରେ କହିଥିଲି, ଟାଇଟେନିକ ବୁଡ଼ିବା ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଜେମାମଣୀଙ୍କ ପାଦୁକା ପୂଜା କରାଇବାକୁ,ତେଲମରା ଭକ୍ତ, ସମ୍ପୂର୍ଣ୍ଣ ପ୍ରସ୍ତୁତ।

ନିଜେ ବୁଲି ୨୦୨୪ ସାଧାରଣ ନିର୍ବାଚନରେ ଦଳକୁ ପରାଜିତ କରି ମନ ଭରିଲାନି,ଏବେ ପୁଣି ତାମିଲ୍ ବୋହୂକୁ ମିଶାଇ ଦଳକୁ ନିଜ ଦଖଲକୁ ନେବା ପାଇଁ ଭଣ୍ଡ ପ୍ରସ୍ତୁତ କଲେ ମାଷ୍ଟର ପ୍ଲାନ୍ । ସହଜେ ତ ଟ୍ରଷ୍ଟ କରି ଦିଲ୍ଲୀ ଘର ଦଖଲକୁ ନେଇ ସାରିଛନ୍ତି । ଏବେ ନଜର ନିବାସ ଓ ଦଳର ପାଣ୍ଠି ଉପରେ। ନେତାମାନଙ୍କୁ ଶଙ୍ଖ ଭବନ ଡାକି ତାମିଲ୍ ବୋହୂକୁ ରେଡ୍ କାର୍ପେଟ୍ ସ୍ବାଗତ କରିବା ପାଇଁ ଫରମାନ୍ ଜାରି ହୋଇଛି । ନିବାସର କଣ୍ଟ୍ରୋଲ ରୁମ୍ ସହାୟିକା ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି।
Criteria- VRS ନେଇଥିବା officer
ସଂରକ୍ଷଣ – ଅଣ ଓଡ଼ିଆ ଦମ୍ପତ୍ତି
କାର୍ଯ୍ୟ -ଦଳର ସର୍ବନାଶ କରି, ସମ୍ପତ୍ତି ହାତେଇବା













Leave a Reply