ଭୁବନେଶ୍ୱର,୫/୭ : ସମନ୍ୱିତ ସ୍ନାୟୁ ସ୍ୱାସ୍ଥ୍ୟସେବା ଓ ସମୁଦାୟର ସାମଗ୍ରିକ ସୁସ୍ଥତା ପ୍ରତି ନିଜର ଦୃଢ଼ ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରି ନ୍ୟୁରୋ କେୟାର ସେଣ୍ଟର ପକ୍ଷରୁ ଫିକି ଫ୍ଲୋ ହେଲ୍ଥକେୟାର ଇନିସିଏଟିଭ୍ ଏବଂ ଓଜସ୍ – ଏ ଫାଉଣ୍ଡେସନ୍ ଫର୍ କନ୍ସିଅସ୍ ଇଭୋଲ୍ୟୁସନ୍ ସହଯୋଗରେ ‘ମହିଳା ସ୍ୱାସ୍ଥ୍ୟ ଓ ମାନସିକ ସୁସ୍ଥତା କର୍ମଶାଳା’ ଆୟୋଜନ କରାଯାଇଥିଲା। ଏହି କର୍ମଶାଳାରେ ବହୁ ମହିଳା ଉଦ୍ୟୋଗୀ ଯୋଗଦେଇ ମାନସିକ ସୁସ୍ଥତା, ଆତ୍ମ-ସଚେତନତା ଓ ସଚେତନ ଜୀବନଶୈଳୀ ଉପରେ ଅନୁଭୂତିମୂଳକ ଆଲୋଚନା ଓ ଅଭ୍ୟାସରେ ସାମିଲ ହୋଇଥିଲେ। ନ୍ୟୁରୋ କେୟାର ସେଣ୍ଟରର ବିଶ୍ୱାସ ଅନୁଯାୟୀ, ସ୍ନାୟୁ ଚିକିତ୍ସା କେବଳ ରୋଗର ନିରାକରଣରେ ସୀମିତ ନୁହେଁଟ୍ଟ ଏହା ମାନସିକ ସୁସ୍ଥତା, ଭାବନାତ୍ମକ ସନ୍ତୁଳନ ଓ ପ୍ରତିରୋଧାତ୍ମକ ସ୍ୱାସ୍ଥ୍ୟଚର୍ଚ୍ଚାକୁ ମଧ୍ୟ ସମାନ ଗୁରୁତ୍ୱ ଦେଇଥାଏ। ଏହି କର୍ମଶାଳା ମାଧ୍ୟମରେ ସଂସ୍ଥା ମାନସିକ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ସହ ଆତ୍ମ-ଅନୁଧ୍ୟାନ ଓ ସକାରାତ୍ମକ ସଂଳାପକୁ ପ୍ରୋତ୍ସାହିତ କରିବାର ନିଜର ପ୍ରୟାସକୁ ଆଗକୁ ବଢ଼ାଇଛି।
ଏହି ପଦକ୍ଷେପରେ ଫିକି ଫ୍ଲୋ ଭୁବନେଶ୍ୱରର ଅଧ୍ୟକ୍ଷା ବିୟୋତ୍ ପ୍ରଜ୍ଞା ତ୍ରିପାଠୀ ଏବଂ ସମ୍ପାଦିକା ଅପରାଜିତା ଆଚାର୍ୟ୍ୟ ଙ୍କ ସହଯୋଗ ଉଲ୍ଲେଖନୀୟ ଥିଲା। କର୍ମଶାଳାକୁ ଆଧ୍ୟାତ୍ମିକ ଗୁରୁ ଓ ଶିକ୍ଷାବିତ୍ ଡଃ ରବି ଶଙ୍କର ପରିଚାଳନା କରିଥିଲେ। ସେ ସଚେତନ ବିକାଶ ଧାରଣାକୁ ଆଧାର କରି ବିଭିନ୍ନ ଚିନ୍ତନଶୀଳ ଅଭ୍ୟାସ ଓ ଆଲୋଚନା ମାଧ୍ୟମରେ ଅଂଶଗ୍ରହଣକାରୀମାନଙ୍କୁ ନିଜର ଭାବନାତ୍ମକ ଆଚରଣକୁ ବୁଝିବା, ଅନ୍ତର୍ନିହିତ ବାଧାକୁ ଦୂର କରିବା ଏବଂ ବ୍ୟକ୍ତିଗତ ଓ ପେଶାଗତ ଦାୟିତ୍ୱର ବାହାରେ ନିଜ ସହ ପୁନଃ ସଂଯୋଗ ସ୍ଥାପନ କରିବାରେ ପ୍ରେରଣା ଦେଇଥିଲେ।

ଏହି ଅବସରରେ ନ୍ୟୁରୋ କେୟାର ସେଣ୍ଟରର ପ୍ରତିଷ୍ଠାତା ଡଃ ବିକାଶ କୁମାର ମିଶ୍ର କହିଥିଲେ, “ସ୍ନାୟୁ ସ୍ୱାସ୍ଥ୍ୟ କେବଳ ରୋଗର ଚିକିତ୍ସାରେ ସୀମିତ ନୁହେଁ। ମାନସିକ ଓ ଭାବନାତ୍ମକ ସୁସ୍ଥତା ସାମଗ୍ରିକ ମସ୍ତିଷ୍କ ସ୍ୱାସ୍ଥ୍ୟର ଏକ ଅବିଚ୍ଛେଦ୍ୟ ଅଂଶ। ଏଭଳି ପଦକ୍ଷେପ ସମୟର ଆବଶ୍ୟକତା, ଯାହା ମହିଳାମାନଙ୍କୁ ଆତ୍ମଚିନ୍ତନ ଓ ଅର୍ଥପୂର୍ଣ୍ଣ ସଂଳାପ ମାଧ୍ୟମରେ ଆଭ୍ୟନ୍ତରୀଣ ଦୃଢ଼ତା ଗଢ଼ି ତୋଳିବାରେ ସହାୟକ ହୋଇଥାଏ।” ଏହି କର୍ମଶାଳା ମାନସିକ ଓ ଭାବନାତ୍ମକ ସୁସ୍ଥତାକୁ ସ୍ନାୟୁ ସ୍ୱାସ୍ଥ୍ୟର ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ଗ୍ରହଣ କରିବାର ଗୁରୁତ୍ୱକୁ ପୁନର୍ବ୍ୟକ୍ତ କରିଥିଲା। ଏଭଳି ଜନସଚେତନତାମୂଳକ ପଦକ୍ଷେପ ମାଧ୍ୟମରେ ନ୍ୟୁରୋ କେୟାର ସେଣ୍ଟର ପ୍ରତିରୋଧାତ୍ମକ ସ୍ୱାସ୍ଥ୍ୟସେବା, ମାନସିକ ଦୃଢ଼ତା ଏବଂ ସାମଗ୍ରିକ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଦିଗରେ ନିରନ୍ତର କାର୍ଯ୍ୟ କରି ଆସୁଛି।













Leave a Reply