ଭୁବନେଶ୍ବର,୧୦/୭ : ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଡିପଫେକ୍ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଭାଇରାଲ କରିବା ମାମଲାରେ ବିଜେଡି ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।
ବିଜେପି ଇଙ୍ଗିତରେ ବାରମ୍ବାର ସାମାଜିକ ଗଣମାଧ୍ୟମରେ ବିଜେଡି ବିରୋଧରେ ଷଡ଼ଯନ୍ତ୍ର କରିବା ସହ ଭ୍ରମାତ୍ମକ ଭିଡିଓ କରି ଅପଲୋଡ କରିବା ପ୍ରସଙ୍ଗକୁ ଦଳ ଗୁରୁତ୍ୱର ସହ ଗ୍ରହଣ କରିଛି। ସୋସିଆଲ ମିଡିଆରେ ଶାଳୀନତା ରକ୍ଷା କରୁନଥିବା ଆକାଉଣ୍ଟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି ।













Leave a Reply